ଭିଜିଲାନ୍ସ ଜାଲରେ କିରାଣୀ ବାବୁ

ଅପରାଧ କଳାହାଣ୍ଡି ଜିଲା ଖବର ରାଜ୍ୟ
Spread the love

ଭବାନୀପାଟଣା, ୧୨/୧୧: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବରିଷ୍ଠ କିରାଣୀ। ନିଜ ବିଭାଗରଜଣେ ଅବସରପ୍ରାପ୍ତ କର୍ମଚାରୀ ଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀ ଭେଙ୍କଟଗିରି ରାଓ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ନିଜ ବିଭାଗର ଅବସରପ୍ରାପ୍ତ ଫିଟର ତ୍ରିଲୋଚନ ଶବର ଙ୍କ ଠାରୁ ପେନ୍ସନ୍ ଏବଂ ଗ୍ରାଚୁଇଟି କରାଇଦେବା ପାଇଁ ଶ୍ରୀ ରାଓ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଶ୍ରୀ ରାଓ ନିଜ ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ୨ ଟି ଭିଜିଲାନ୍ସ ଦଳ ତାଙ୍କ ଅଫିସ ଏବଂ ସରକାରୀ ଘରେ ଚଢାଉ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *