ଶିମିଳିପାଳରେ ତାପମାତ୍ରା ୫ ଡିଗ୍ରୀ

ଜିଲା ଖବର ମୟୂରଭଂଜ ରାଜ୍ୟ
Spread the love

ଶିମିଳିପାଳ, ୧୪/୧୧:ମୟୂରଭଞ୍ଜ ଜିଲାରେ ତଳମୁହାଁ ପାରଦ। ଲଗାତାର ତିନି ଦିନ ହେଲାଣି ଶିମିଳିପାଳ ଜାତୀୟ ଉଦ୍ୟାନରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଥିଲା। ବନ ବିଭାଗର ସୂଚନା ଅନୁଯାୟୀ, ଆଜି ଶିମିଳପାଳରେ ତାପମାତ୍ରା ୫ ଡିଗ୍ରୀକୁ ଖସିଛି। ଫଳରେ ଶିମିଳିପାଳ ଏବଂ ପାଦ ଦେଶରେ ଥିବା ଗାଁଗୁଡ଼ିକରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି।ଶିମିଳିପାଳ ଜାତୀୟ ଉଦ୍ୟାନ ଉପର ବାରାକାମୁଡ଼ା ଅଞ୍ଚଳରେ ଆଜି ତାପମାତ୍ରା ୫ ଡିଗ୍ରୀ ଥିବାବେଳେ ଚହଲାରେ ୮ ଡିଗ୍ରୀ ରହିଛି। ଓଡିଶାରେ ସର୍ବନିମ୍ନ ତାପମାତ୍ରା ଶିମିଳିପାଳରେ ରହିଛି। ଏଠାରେ ହସ୍ତୀ ଏବଂ ବ୍ୟାଘ୍ର ପ୍ରକଳ୍ପ ଥିବାରୁ ପାଣିପାଗ ବିଭାଗ ତାପମାତ୍ରା ରେକର୍ଡ କରିପାରେ ନାହିଁ। କେବଳ ବନ ବିଭାଗ ତାପମାତ୍ରା ରେକର୍ଡ କରି ସୂଚନା ଦେଇଥାଏ।

ଥଣ୍ଡା ପାଇଁ ଶିମିଳିପାଳକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସୁଛନ୍ତି। ତେବେ ହାଡ଼ଭଙ୍ଗା ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଥଣ୍ଡା ସହିତ କୁହୁଡି ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ରହୁଛି। ସକାଳୁ ସକାଳୁ ଘରୁ ବାହାରିବା କଷ୍ଟକର। ସନ୍ଧ୍ୟା ହେଲେ ବଜାର ଖାଁ ଖାଁ। ଅନ୍ୟ ପକ୍ଷରେ ଶିମିଳିପାଳ ଅଭୟାରଣ୍ୟର କୋର ବଫର ଅଞ୍ଚଳରେ ତିନି ଦିନ ହେଲା ହାଡ଼ଭଙ୍ଗା ଶୀତ ପଡୁଥିଲେ ବି ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ ବନ୍ଦ କରି ନାହାନ୍ତି।

Leave a Reply

Your email address will not be published. Required fields are marked *