ବିହାର ହାର୍ ପାଇଁ କଂଗ୍ରେସ ନୁହେଁ, ଆରଜେଡି ଦାୟୀ: ଶଶି ଥରୁର

ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୧୪/୧୧: ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ମହାମେଣ୍ଟ ଦଳ ମଧ୍ୟରେ ଫାଟ ନଜର ଆସୁଛି। ତିରୁବନନ୍ତପୁରମରେ କଂଗ୍ରେସ ସାଂସଦ ଶଶି ଥରୁର ବିହାର ବିଧାନସଭା ନିର୍ବାଚନ ୨୦୨୫ର ଗଣତିର ଫଳାଫଳ ଦେଖି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏନଡିଏ ବହୁତ ଆଗରେ ରହିଛି, କିନ୍ତୁ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ଯେଉଁ ପର୍ଯ୍ୟନ୍ତ ଫଳାଫଳ ଜାରି କରି ନାହାଁନ୍ତି ସେ ପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚିବା ଭୁଲ୍ ହେବ। ତେବେ ସେ ଏହା ମଧ୍ୟ କହିଛନ୍ତିଯେ ଏହି ମେଣ୍ଟର ବରିଷ୍ଠ ପାର୍ଟି ନଥିଲା, ଏଥିପାଇଁ ଆରଜେଡିକୁ ମଧ୍ୟ ନିଜ ପ୍ରଦର୍ଶନ ଉପରେ ଗୁରୁତ୍ବ ଦେବାର ଥିଲା।

Leave a Reply

Your email address will not be published. Required fields are marked *