ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ଦେଲେ କୋଟ

ଅପରାଧ ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୧୭/୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଛନ୍ତି।

କୋର୍ଟଙ୍କ ଏଭଳି ରାୟକୁ ନେଇ ଶେଖ ହସିନା ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏ ନିଷ୍ପତ୍ତିକୁ ସେ ଏକପାଖିଆ ଓ ରାଜନୀତିରୁ ପ୍ରେରିତ ବୋଲି ଦାବି କରିଛନ୍ତି। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୋ ପକ୍ଷ ନଶୁଣି କୋର୍ଟ ଏଭଳି ରାୟ ଶୁଣାଇଛନ୍ତି। ଏହି ନିଷ୍ପତ୍ତି ଏମିତି ଏକ ଟ୍ରିବ୍ୟୁନାଲ୍ ଦେଇଛନ୍ତି ଯାହାକୁ ଅଣନିର୍ବାଚିତ ସରକାର ଚଲାଉଛନ୍ତି। ସେମାନଙ୍କ ପାଖରେ ଜନତାଙ୍କ କୌଣସି ଜନାଦେଶ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ।ଏହି ରାୟ ପୂର୍ବରୁ ନିର୍ଦ୍ଧାରିତ ଥିଲା। ମୋତେ ମୋର ମାମଲା ଉପସ୍ଥାପନ କରିବାକୁ କିମ୍ବା ଓକିଲଙ୍କ ଦ୍ୱାରା ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦିଆଯାଇ ନଥିଲା। ICTରେ କିଛି ବି ଅନ୍ତରାଷ୍ଟ୍ରୀୟ ନାହିଁ।ଟ୍ରିବ୍ୟୁନାଲ୍ କେବଳ ଆୱାମୀ ଲିଗ୍ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ଦେବାର ରାୟ ଦେବା ପୂର୍ବରୁ କୋର୍ଟ ୫୪ଜଣ ସାକ୍ଷୀଙ୍କଠାରୁ ସାକ୍ଷ୍ୟ ଶୁଣିଥିଲେ । ଉକ୍ତ ସାକ୍ଷ୍ୟ ଶେଖ୍ ହସିନା କରିଥିବା ଅପରାଧକୁ ପ୍ରମାଣ କରିବାରେ ଯଥେଷ୍ଟ ବୋଲି କୋର୍ଟ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ସାରା ଦେଶରୁ ସଂଗୃହୀତ ପ୍ରମାଣ ଏବଂ ବିଭିନ୍ନ ଉତ୍ସରୁ ମିଳିଥିବା ଅତିରିକ୍ତ ପ୍ରମାଣ ମଧ୍ୟ ଯାଞ୍ଚ କରାଯାଇଥିଲା। ଶୁଣାଣି ସମୟରେ ICTର ମୁଖ୍ୟ ବିଚାରପତି କହିଥିଲେ ଯେ, ଶେଖ୍ ହସିନା ପ୍ରତିବାଦକାରୀ ଛାତ୍ର ଏବଂ ଅନ୍ୟାନ୍ୟ ସାଧାରଣ ନାଗରିକଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଖ ହସିନାଙ୍କୁ ନିରସ୍ତ୍ର ନାଗରିକଙ୍କ ଉପରେ ଗୁଳି ଚଳାଇବା ସମେତ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ସାକ୍ଷୀଙ୍କଠାରୁ ରେକର୍ଡ କରାଯାଇଥିବା ସାକ୍ଷ୍ୟରୁ ଜଣାପଡ଼ିଛି ଶେଖ ହସିନା ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ମାନବତା ବିରୋଧୀ ଏହି ଅପରାଧ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ କରାଯାଇଥିଲା। ଏହି ଗମ୍ଭୀର ଅପରାଧ ପାଇଁ ତାଙ୍କୁ ଫାଶୀଦଣ୍ଡାଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *