ରାଜ୍ୟ କ୍ୟାବିନେଟ୍‌ରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶଶ୍ଵର, ୨୧/୧୧: କ୍ୟାବିନେଟ୍‌ ବୈଠକରେ ୯ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି। ପୋଲିସ, ବନ, ଅବକାରୀ ବିଭାଗର ନିଯୁକ୍ତି କରିବ ଆୟୋଗ।ଏଥିରେ ଜଣେ ଅଧ୍ୟକ୍ଷ, ୨ ଜଣ ସଦସ୍ୟ ରହିବେ।ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହିତ ଅନ୍ୟ ମନ୍ତ୍ରୀଗଣ ଏବଂ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *