ଦେବଗଡ଼ ୨୧/୧୧: ଚାଷୀମାନଙ୍କ ଋଣ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଦିନ ଜଣେ ପାକ୍ସ ସଂପାଦକଙ୍କୁ ଗରିଫ କରିଛି। ଭିଜିଲାନ୍ସ ବିଭାଗ ପାକ୍ସ ସଂପାଦକ ସୁରେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି। ତାଙ୍କର ନାମରେ ୪୦ ଲକ୍ଷ ୭୦ ହଜାର ଟଙ୍କା ଠକେଇ ଅଭିଯୋଗ ରହିଛି।
ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ସାହୁ ଚାଷୀମାନଙ୍କର ୪୦ ଲକ୍ଷ ୭୧ ହଜାର ୬୪୪ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସ ବିଭାଗ ଏନେଇ ତଦନ୍ତ କରିଥିଲା। ତଦନ୍ତ ସମୟରେ ଶ୍ରୀ ସାହୁ ଚାଷୀମାନଙ୍କର ଋଣ ସଂପର୍କିତ ତଥ୍ୟ ଉପସ୍ଥାପନ କରିପାରି ନଥିଲେ। ଫଳରେ ସେ ୪୦ଲକ୍ଷ ୭୧ ହଜାର ୬୪୪ ଟଙ୍କା ଆତ୍ମସାତ୍ କରିଥିବା ଜଣାପଡ଼ିଥିଲା। ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଥିଲା ଯେ, ଗରିବ ଚାଷୀମାନଙ୍କର ଟଙ୍କା ହଡ଼ପ କରାଯାଇଛି। ଠକେଇ ଜନିତ ପ୍ରମାଣ ଆଧାରରେ ଶ୍ରୀ ସାହୁଙ୍କୁ ଗିରଫ କରିଛି।
