କୋଇଲା ମାଫିଆଙ୍କ କଳା ସାମ୍ରାଜ୍ୟର ବୁଢିଆଣୀ ଜାଲ ଛିଡ଼ାଉଛି ଇଡି

ଅପରାଧ ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୨୧/୧୧: ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଘାଣ୍ଟୁଛି ଇଡି । କୋଇଲା ମାଫିଆଙ୍କ ଲିଙ୍କରେ ବିଭିନ୍ନ ସ୍ଥାନରେ ରେଡ କରୁଛି ଇଡି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ୪୦ଟି ଠିକଣାରେ ଚାଲିଛି ଚଢାଉ । କୋଇଲା ମାଫିଆଙ୍କ କଳା ସାମ୍ରାଜ୍ୟର ବୁଢିଆଣୀ ଜାଲ ଛିଡେଇବାକୁ ଇଡି ଆଜି ସକାଳେ ସକାଳେ ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ କରି ପୁଳାପୁଳା ଟଙ୍କା, ସୁନା ଜବତ କରିଛି ।

କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ କୋଇଲା ମାଫିଆଙ୍କ ଘର, ଅଫିସରେ ଚଢାଉ ଚାଲିଛି । ଏହି ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି। ଚଢାଉ ବେଳେ ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଛି। ଦୁଇ ରାଜ୍ୟରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଅନିଲ ଗୋୟଲ, ସଞ୍ଜୟ ଉଦ୍ୟୋଗ, ଏଲବି ସିଂ, ଅମର ମଣ୍ଡଳ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ଚଢାଉ କରାଯାଉଛି।

ପଶ୍ଚିମବଙ୍ଗର ୨୪ଟି ସ୍ଥାନରେ, ଝାଡଖଣ୍ଡର ୧୮ ସ୍ଥାନରେ ଇଡି ରେଡ୍ କରିଛି । ତେବେ କୋଇଲା ମାଫିଆଙ୍କ ବିରୋଧରେ ଇଡିର ଏହା ବଡ଼ କାର୍ଯ୍ୟାନୁଷ୍ଠାନ ଯାହା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave a Reply

Your email address will not be published. Required fields are marked *