କଟକ,୨୬/୧୧ : ବିଶିଷ୍ଟ ସମାଜସେବୀ,ଧର୍ମପରାୟଣ,ସଙ୍ଗଠକ, ବହୁମୁଖୀ ପ୍ରତିଭା,ରାଜନୀତିଜ୍ଞ ତଥା ୨୨ ମୌଜା ବାରଡିଆ ନିବାସୀ ରତିକାନ୍ତ ପାଳ (୭୧)ଙ୍କ ହୃଦଘାତରେ ପରଲୋକ ଗମନ ଘଟିଛି । ସେ ଶାନ୍ତ,ସରଳ,ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ କନିଷ୍ଠ ଭ୍ରାତା ଶ୍ରୀକାନ୍ତ ପାଳ,ପୁତ୍ର ଶ୍ରୀମନ୍ତ ପାଳ,ପୁତୁରା ସତ୍ୟଜିତ୍ ପାଳ,ପରିବାର ସଦସ୍ୟ,ଜ୍ଞାତି କୁଟୁମ୍ବ ସହ ଗ୍ରାମବାସୀ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା ସହ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ କରାଯାଇଛି । ଜ୍ୟେଷ୍ଠ ପୁତ୍ର ବିଶ୍ଵନାଥ ପାଳ ମୁଖଗ୍ନୀ ଦେଇଥିଲେ । ସେ ୨୨ ମୌଜା ଓ ବିରିଡ଼ି ସହ ନିଜ ଅଞ୍ଚଳର ବହୁ ଉନ୍ନତି ମୂଳକ କାର୍ଯ୍ୟରେ ନିୟୋଜିତ ହେବା ସହ ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ବାରଡିଆ ସଭାପତି,୨୨ ମୌଜା ମହାବିଦ୍ୟାଳୟ ଓ ବାରଡିଆ ବିଦ୍ୟାଳୟ ପ୍ରତିଷ୍ଠା,ଡ଼ାକଘର ପ୍ରତିଷ୍ଠା,ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା,ପୂରଣ କୋପରେଟିଭ ସୋସାଇଟ ସଦସ୍ୟ ତଥା ଗ୍ରାମାଂଚଳରେ କଳା ସାହିତ୍ୟ କ୍ରୀଡା ବିକାଶ ଦିଗରେ ଦୀର୍ଘଦିନ କାର୍ଯ୍ୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଂକ ବିୟୋଗରେ ଆଷାଢ଼ ସାହିତ୍ୟ ସଂସଦ ବିରିଡି ତଥା ୨୨ ମୌଜା,ବିରିଡି ଏବଂ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।
