ବିପୁଳ ପରିମାଣର ବ୍ରାଉନସୁଗାର ଜବତ ସହ ୩ ଗିରଫ

ଅପରାଧ ଖୋର୍ଦ୍ଧା ରାଜ୍ୟ
Spread the love

ବେଗୁନିଆ, ୨୭/୧୧ : ରାଜ୍ୟରେ ଦିନକୁ ଦିନ ଚୋରା ବ୍ରାଉନ ସୁଗାର କାରବାର ବୃଦ୍ଧି ପାଇବାରେ ଲାଗିଛି । ଆଜି ବେଗୁନିଆ ଅବକାରୀ ବିଭାଗ ଖବର ପାଇ କପାସିଆ ସ୍କୁଲ ନିକଟରେ ଚଢାଉ କରିଥିଲା। ଏବଂ ବିପୁଳ ପରିମାଣର ବ୍ରାଉନ୍‌ ସୁଗାର ଜବତ କରିବା ସହ ୩ ବେପାରୀଙ୍କୁ ଗିରଫ କରିଛି। ଆଜି ସକାଳୁ ଖୋର୍ଦ୍ଧାର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ଅବକାରୀ ଅଧିକାରୀ ମିତ୍ରବିନ୍ଦା ପରିଡା ସଦଳ ବଳେ ବୋଲଗଡ ବ୍ଲକ କପାସିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ ବ୍ରାଉନସୁଗାରର ବେପାର କରୁଥିବା ତିନି ଯୁବକଙ୍କୁ କାବୁ କରିଥିଲେ ।ତାଙ୍କ ନିକଟରୁ ପ୍ରାୟ ଶହେ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ବେଗୁନିଆ ଅବକାରୀ ଅଧିକାରୀ । ସେମାନଙ୍କ ନିକଟରୁ ଦୁଇଟି ବାଇକ ସହ ତିନୋଟି ମୋବାଇଲ ମଧ୍ୟ ଜବତ ହୋଇଛି।

Leave a Reply

Your email address will not be published. Required fields are marked *