ଆଇଇଡ଼ି ବିସ୍ଫୋରଣରେ ମହିଳା ମୃତ

ଅପରାଧ ଦେଶବିଦେଶ
Spread the love

ଝାଡ଼ଖଣ୍ଡ, ୨୮/୧୧: ଜାଳ ସଂଗ୍ରହ କରୁଥିବା ବେଳେ ମାଓବାଦୀଙ୍କ ଆଇଇଡ଼ି ରେ ଫସି ମହିଳା ମୃତ । ଝାଡ଼ଖଣ୍ଡ ରେ ମାଓବାଦୀ ବିଛାଇଥିବା ଆଇଇଡ଼ି ବିସ୍ଫୋରଣ ହୋଇ ମହିଳା ମୃତ ହୋଇଥବା ସୂଚନା ମିଳିଛି । ସୂଚନା ଅନୁସାରେ ଝାଡ଼ଖଣ୍ଡ କରେଇକେଲ ଥାନା ଅଧୀନ ସରଣ୍ଡା ଜଙ୍ଗଲରେ ୩ ଜଣ ସ୍ଥାନୀୟ ମହିଳା କାଠ ସଂଗ୍ରହ କରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟି ଯାଇଛି । ସରଣ୍ଡା ଜଙ୍ଗଲରେ ସୁରକ୍ଷକର୍ମୀଙ୍କୁ ନିଶାଣ କରି ମାଓବାଦୀ ଆଇଇଡ଼ି ଖଞ୍ଜିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଦୁର୍ଭାଗ୍ୟବଶତଃ ସ୍ଥାନୀୟ ୩ ଜଣ ମହିଳା ଉକ୍ତ ସ୍ଥାନରେ ଜାଳ ସଂଗ୍ରହ କରୁଥିବା ବେଳେ ଆଇଇଡ଼ି ବିସ୍ଫୋରଣ ହୋଇଥିଲା । ଫଳରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ୨ ଜଣ ମହିଳା ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *