ଆଉମାତ୍ର ଦୁଇମାସ ପରେ ମାଘସପ୍ତମୀ, ଏଯାଏଁ ନିର୍ମାଣ ହେଲାନି, ସାରଳାଦାସ ଙ୍କ ସ୍ମୃତିସ୍ତମ୍ଭ ଓ ପ୍ରତିମୂର୍ତ୍ତି !!!

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୨୮/୧୧: ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସିଂହଦ୍ୱାର ସମ୍ମୁଖରେ 1948 ମସିହାରେ ଓଡିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ, ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ ଙ୍କ ଦ୍ୱାରା, ବାଣୀବିହାର ନାମକ ସାହିତ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ଯେଉଁ ଆଦିକବି ଶୁଦ୍ରମୁନି ସାରଳା ଦାସ ଙ୍କ ସ୍ମୃତିସ୍ତମ୍ଭ ଓ ଦୀର୍ଘବର୍ଷ ପରେ ରାଜ୍ୟ ବିଧାନସଭା ର ବାଚସ୍ପତି ସ୍ବର୍ଗତ ଶରତ କୁମାର କର ଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସାରଳାଦାସ ଙ୍କ ପ୍ରତିମୂର୍ତ୍ତି କୁ କିଛିମାସ ପୂର୍ବରୁ, ମନ୍ଦିରର ନବୀକରଣ କାମ ଯୋଗୁଁ ଭାଙ୍ଗି ଦିଆଯାଇଥିଲା l ଏହାର ପ୍ରତିବାଦ ରେ ଜିଲ୍ଲାର ତଥା ରାଜ୍ୟ ର ବିଭିନ୍ନ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ଓ ସାରସ୍ୱତ ସାଧକ ମାନଙ୍କ ତରଫରୁ ତୀବ୍ର ପ୍ରତିକ୍ରିୟା ଲଗାଦାର କେତେକ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା l ଯାହାଫଳରେ 42 କୋଟିଟଙ୍କା ରେ ନବୀକରଣ କାର୍ଯ୍ୟ ପାଇଁ ଠିକା ନେଇଥିବା ସଂସ୍ଥା ତରଫରୁ ତପ୍ତରତା ପ୍ରକାଶ ପାଇଥିଲା ବେଳେ ମାତ୍ର ଏକ ମାସ ମଧ୍ୟରେ ପୁନଃ ନିର୍ଦ୍ଧାରିତ ସ୍ଥାନରେ ଏହି ସ୍ମୃତିସ୍ତମ୍ଭ ଓ ପ୍ରତିମୂର୍ତ୍ତି ଆହୁରି ଅଧିକ ଆକର୍ଷଣୀୟ ଭାବରେ ନିର୍ମାଣ କରାଯିବ ବୋଲି ଠିକାଦାରୀ ସଂସ୍ଥା ର ପ୍ରୋଜେକ୍ଟ ମ୍ୟାନେଜର ଙ୍କଠାରୁ ନିର୍ଭରଯୋଗ୍ୟ ପ୍ରତିଶୃତି ମିଳିଥିଲା l ହେଲେ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଆଜିପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିବାରୁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ମଧ୍ୟରେ ଘୋର ଉଦବେଗ ପ୍ରକାଶ ପାଇଛି l ପ୍ରତିବର୍ଷ ଏହି ମାଘସପ୍ତମୀ ଦିନ ଏ ମାଟିର ମହାକବି ସାରଳା ଦାସ ଙ୍କ ମହାପ୍ରୟାଣ ଦିବସ ଏଠାରେ ପାଳନ କରାଯାଏ l ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାହିତ୍ୟିକ ମାନେ ଏହି ଶ୍ରାଦ୍ଧଉତ୍ସବ ରେ ଯୋଗଦେବାପାଇଁ ନିମନ୍ତ୍ରିତ ହୋଇ ଏଠାରେ ପହଞ୍ଚିବା ପରେ ପ୍ରଥମେ ଉତ୍କଳଭାରତୀ ମାଆ ସାରଳା ଙ୍କ ଦର୍ଶନ ପରେ ସାରଳାଦାସ ଙ୍କ ସ୍ମୃତିସ୍ତମ୍ଭ ଓ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେହିଁ ମଞ୍ଚାସିନ ହୋଇଥାନ୍ତି l ତେଣୁ ଯଦି ମାଘସପ୍ତମୀ ପୂର୍ବରୁ ଏହି ସ୍ତମ୍ଭ ଓ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ହୋଇ ନଥାଏ ତେବେ ପରିସ୍ଥିତି ଅସମ୍ଭାଳ ହେବବୋଲି, ସୂଚନାମିଳୁଛି l ତେବେ ସର୍ବସମ୍ମତିକ୍ରମେ ସାରଳାପୀଠ କନକପୁର ବଜାର ପଡିଆ ମଝିରେ ଥିବା, ବଳଭଦ୍ର ଙ୍କ ସ୍ମୃତିମନ୍ଦିର ର ଉତ୍ତର ପାର୍ଶ୍ୱ ରେ ଏଇ ସ୍ତମ୍ଭ ଓ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ନିଷ୍ପତି ହୋଇଥିବା ବେଳେ, କାହିଁକି ଓ କଣ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉନାହିଁ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଅପରପକ୍ଷରେ ଜଗତସିଂହପୁର ର ଜିଲ୍ଲାର ଜିଲ୍ଲାପାଳ ଖୋଦ ସାରଳା ମନ୍ଦିର ପରିଚାଳନା ସମିତି ର ଏକମାତ୍ର ସୋଲଟ୍ରଷ୍ଟ ଥିଲାବେଳେ ଏହି ଦୁଇଗୋଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *