୧୫ ମେଣ୍ଢାଙ୍କୁ ମାରିଖାଇଲା କଲରାପତରିଆ ବାଘ

ନୂଆପଡ଼ା ରାଜ୍ୟ
Spread the love

ନୂଆପଡା, ୨/୧୨: ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ସର୍ଗୀମୁଣ୍ଡା ଗାଁରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି । ଗତକାଲି ରାତିରେ ସର୍ଗିମୁଣ୍ଡା ଗାଁର ବେଦବର ମାଝୀଙ୍କ ଗୁହାଳରେ କଲରାପତରିଆ ବାଘ ପଶି ୧୫ଟି ମେଣ୍ଢାକୁ ଟାଣି ନେଇ ମାରି ଖାଇଥିବା ଅଭିଯୋଗ ହୋଇଛି । ଖବରପାଇ ଆଜି ସକାଳୁ ଖଡ଼ିଆଳ ବନବିଭାଗର ରେଞ୍ଜର ଜୟଦେବ ମାଝିଙ୍କ ସମେତ ବନବିଭାଗର ଏକ ଟିମ ଘଟଣାସ୍ଥଳରେ ପହଁଞ୍ଚି ୧୫ଟି ମେଣ୍ଢାର ମୃତଦେହ ଉଦ୍ଧାର କରାଯାଇଛି ।

ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଟ୍ରାକ କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଛି । ଏବେ ବାଘ ଭୟରେ ଗ୍ରାମବାସୀମାନେ ଆତଙ୍କିତ ହୋଇ ପଡ଼ିଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ବନବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି।

Leave a Reply

Your email address will not be published. Required fields are marked *