ବାରବାଟୀ ଟିକେଟ୍ ବିକ୍ରି : ପୂର୍ବ ରାତିରୁ ଲମ୍ବା ଲାଇନ୍‌

କଟକ ଖେଳ ରାଜ୍ୟ
Spread the love

କଟକ, ୩/୧୨ : ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଡିସିପି ସମୀକ୍ଷା କରିଛନ୍ତି। ସେ କହିଛନ୍ତି କାଉଣ୍ଟର ଟିକେଟ୍ ବିକ୍ରି ପାଇଁ ଲୁହା ବାରିକେଡ୍ କରାଯିବ। ୧୧ ହଜାର ଟିକେଟ୍‌ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟର୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ । କ୍ରିକେଟ୍ ଏକାଡେମୀ ପଟୁ ପ୍ରବେଶ ପଥ ରହିବ। ଏବଂ ପ୍ରସ୍ଥାନ ଗେଟ୍ ସମ୍ପୂର୍ଣ୍ଣ ଅଲଗା ରହିବ।୫ ତାରିଖ ସକାଳ ୯ଟାରୁ ଟିକେଟ୍ ବିକ୍ରି କରାଯିବ। ତେଣୁ ସକାଳ ୬ଟାରୁ ଧାଡିରେ ରହିବାକୁ ଅନୁମତି ରହିଛି। ଟିକେଟ୍ କିଣିବା ପାଇଁ କେହି ପୂର୍ବ ରାତିରୁ ଧାଡିରେ ରହିପାରିବେନି। କଳା ବଜାରୀ ଉପରେ ସ୍ଵତନ୍ତ୍ର ଭାବେ ନଜର ରଖାଯିବ । ପୁଲିସ ବାହିନୀ ସାଦା ପୋଷାକରେ ରହିବେ। ସିସି ଟିଭି ସର୍ଭେଲାନ୍ସରେ ଟିକେଟ୍ ବିକ୍ରି ପ୍ରକ୍ରିୟା ରହିବ।

କମିଶନରେଟ୍ ପୁଲିସ ୪ ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ମୋଟ ୪୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହେବାକୁ ଥିବା ବେଳେ ପ୍ରତି ସିଫ୍ଟରେ ୨୮ ପ୍ଲାଟୁନ୍‌ ଫୋର୍ସ ରହିବେ । ୬ ଜଣ ଏଡିସିପି, ୧୫ ଏସିପି, ଇନ୍‌ସ୍ପେକ୍ଟର ୪୦ ଜଣ, ଏସ୍‌ଆଇ ଓ ଏଏସ୍‌ଆଇ ୧୫୦ ଜଣ ନିୟୋଜିତ ହେବେ ।ପୁଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାରହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିବା ନେଇ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *