ଯୁବକଙ୍କୁ ମାରି ନାଳରେ ଫିଙ୍ଗି ଦେଲେ !

ଦେବଗଡ଼ ରାଜ୍ୟ
Spread the love

ଦେବଗଡ଼, ୪/୧୨: ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଠାବ ହୋଇଛି। ଦେବଗଡ ଜିଲ୍ଲା ବାକୋଟ ଥାନା ଟାଇଁସିରା ଯୌତୁକ ନାଳରୁ ମୃତଦେହ ଉଦ୍ଧାର ହୋଇଛି। ପଥର ବାନ୍ଧି ନାଳରେ ଯୁବକଙ୍କ ମୃତଦେହ ଫିଙ୍ଗା ଯାଇଥିବା ଅନୁମାନ କରାଯାଉଛି। ହତ୍ୟା ସନ୍ଦେହରେ ଗ୍ରାମବାସୀମାନେ ଜଣଙ୍କୁ ଅଟକ ରଖିଛନ୍ତି। ଅଟକ ଯୁବକଙ୍କୁ ପୁଲିସ୍‌ ଆଣିବାକୁ ଚେଷ୍ଟା କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀମାନେ ପୁଲିସ୍‌ ଗାଡିକୁ ଘେରାଉ କରିଛନ୍ତି। ମୃତକ ରାଜକିଶୋର ମହାକୁଳ ବୋଲି ଜଣାପଡିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନାଳରୁ ମୃତଦେହ ଉଦ୍ଧାର କରିଛି।

Leave a Reply

Your email address will not be published. Required fields are marked *