ଆଜି ମହାନଦୀ ଯୁଗ୍ମ ବୈଷୟିକ କମିଟି ବୈଠକ

ଦେଶବିଦେଶ ରାଜ୍ୟ
Spread the love

ଭୁବନେଶ୍ୱର, ୫/୧୨: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଶୁକ୍ରବାର ଯୁଗ୍ମ କମିଟି ବୈଠକ ବସିବାକୁ ଥିବାବେଳେ ଆଗାମୀ ୨୦ ତାରିଖରେ ମହାନଦୀ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି।

ପ୍ରଶ୍ନକାଳରେ ବିଜେପି ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ମହାନଦୀ ଜଳ ବିବାଦ ମାମଲାର ସମାଧାନ ପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି ଏବଂ ଏହାର ସ୍ଥିତାବସ୍ଥା କ’ଣ ବୋଲି ପ୍ରଶ୍ନ କରିଥିଲେ। ଉତ୍ତର ରଖି ଶ୍ରୀ ମହାଲିଙ୍ଗ କହିଲେ, ମହାନଦୀ ବିବାଦ ମାମଲା ଏବେ ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି। ବିବାଦର ଆପୋସ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାର ଉଦ୍ୟମ କରୁଛନ୍ତି। ଇତିମଧ୍ୟରେ ଉଭୟ ରାଜ୍ୟକୁ ନେଇ ଗଠିତ ଯୁଗ୍ମ ବୈଷୟିକ କମିଟିର ୬ଟି ବୈଠକ ବସି ଆଲୋଚନା କରାଯାଇଛି। ଶୁକ୍ରବାର ଏହାର ପରବର୍ତ୍ତୀ ବୈଠକ ବସିବ।

Leave a Reply

Your email address will not be published. Required fields are marked *