ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ଖେଳ ଭୁବନେଶ୍ୱର ରାଜ୍ୟ
Spread the love

ପୁରୀ, ୯/୧୨: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭାରତୀୟ ଦଳର ୪ ଖେଳାଳି । କୋଚ୍‌ ଗୌତମ ଗମ୍ଭୀରଙ୍କ ସହିତ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ୱାଶିଂଟନ ସୁନ୍ଦର, ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଲୋଡିଛନ୍ତି । ବିସିସିଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । କ୍ୟାପଟେନ ସୂର୍ଯ୍ୟକୁମାରଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।ଏହାପୂର୍ବୁ ଟିମ୍‌ ଇଣ୍ଡିଆ ପାଇଁ ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ଦୀପଦାନ କରାଯାଇ ଆଜିର ମ୍ୟାଚରେ ଭାରତୀୟ ଦଳର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି । ଆଜି ବାରବାଟୀରେ ସନ୍ଧ୍ୟା ୭ଟାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ର ପ୍ରଥମ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ ଭାରତ ନିଶ୍ଚୟ ବିଜୟ ହେବ ବୋଲି ସଭିଁଏ ଆଶା ରଖିବା ସହ ଶ୍ରୀଜିଉଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି

Leave a Reply

Your email address will not be published. Required fields are marked *