ନୂଆଦିଲ୍ଲୀ, ୧୦/୧୨ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା ରଣାୱତ କଂଗ୍ରେସ ଦ୍ୱାରା ଇଭିଏମ୍ ହ୍ୟାକିଂ ଅଭିଯୋଗ ସମ୍ପର୍କରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। କଙ୍ଗନା କହିଛନ୍ତି କଂଗ୍ରେସ ଲୋକମାନେ ବୁଝିପାରୁ ନାହାଁନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଭିଏମ୍ ହ୍ୟାକ କରନ୍ତି ନାହିଁ, ସେ ହୃଦୟ ହ୍ୟାକ କରନ୍ତି। ଲୋକସଭାରେ ଏସ୍ଆଇଆର୍ ଉପରେ ଆଲୋଚନା ହେବା ସମୟରେ କଙ୍ଗନା ଏଭଳି କହିଥିଲେ।ଆହୁରି ମଧ୍ୟ ସେ କହିଛନ୍ତି ବିରୋଧୀ ଦଳ ଗୃହକୁ ସୁରୁଖୁରୁରେ ଚାଲିବାକୁ ନଦେଇ ସମସ୍ତ ପ୍ରକାରର ଚାଲ ଖେଳିଥିଲେ। ସଂସଦର ଶୀତକାଳୀନ ଅଧିବେଶନ ସମୟରେ ବିରୋଧୀ ଦଳ ଏସ୍ଆଇଆର୍, ଭୋଟ ଚୋରି ଏବଂ ବନ୍ଦେ ମାତରମ୍ ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଆରମ୍ଭ କରିଛନ୍ତି। ଏହାର ଜବାବରେ ବିଜେପି ସାଂସଦ କଙ୍ଗନା ରାଣାୱତ ବିଜେପି ଉପରେ ଏକ କଠୋର ବ୍ୟଙ୍ଗ କରିଥିଲେ।
