ପ୍ରବଳ ବିରୋଧ ଭିତରେ ସରିଲା ସଂସଦର ଶୀତ ଅଧିବେଶନ

ଦେଶବିଦେଶ
Spread the love

ନୂଆଦିଲ୍ଲୀ,୧୯/୧୨: ବିରୋଧୀଙ୍କ ପ୍ରବଳ ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ଗତକାଲିଠୁ ମନରେଗା ଯୋଜନାର ନାମ ବଦଳାଇ “ଭିବି-ଜି ରାମ ଜି” ପରିବର୍ତ୍ତନକୁ ବିରୋଧୀ ସାଂସଦ ବିରୋଧ କରି ଆସୁଛନ୍ତି । ବିଲ୍ ବିରୋଧରେ ବିରୋଧି ସଦସ୍ୟ ରାତିସାରା ଗୃହ ବାହାରେ ୧୨ ଘଣ୍ଟା ଧାରଣା ଦେଇଥିଲେ ।ଆଜି ଶେଷଦିନ ଗୃହକାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ, ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲା । ରାଜ୍ୟସଭାରେ ସଦସ୍ୟ ମାନେ କାଗଜପତ୍ର ରଖି କାର୍ଯ୍ୟ ଆରମ୍ଭ କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲା । ସଂସଦର ଶୀତକାଳୀନ ଅଧିବେଶନ ବିତର୍କ ଏବଂ ପ୍ରତିବାଦରେ ଶେଷ ହୋଇଛି । ବିରୋଧୀ ଦଳ ସଦସ୍ୟ ଗତକାଲି ରାତିରେ ସଂସଦ ପରିସରରେ ରାତିସାରା ୧୨ ଘଣ୍ଟା ପ୍ରତିବାଦ କରିବା ସହ ଧାରଣା ଦେଇଥିଲେ । “ମନରେଗା” ଗ୍ରାମୀଣ ନିଯୁକ୍ତି ଯୋଜନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ଅଭିଯୋଗ ଆଣି ପ୍ରତିବାଦ କରିଥିଲେ ବିରୋଧୀ ସଦସ୍ୟ । ବିରୋଧୀ କହିଥିଲେ ଯେ ସେମାନେ ଘଟଣାକୁ ନେଇ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇବେ।

ବିରୋଧୀଙ୍କ ପ୍ରବଳ ବିରୋଧ ମଧ୍ୟରେ ସଂସଦର ଉଭୟ ଗୃହ ୨୦ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବଦଳାଇ ରୋଜଗାର ଏବଂ ଆଜିବିକା ମିଶନ (ଗ୍ରାମୀଣ) ପାଇଁ ଭିକ୍ଷିତ ଭାରତ ଗ୍ୟାରେଣ୍ଟି (VB-G RAM G) ବିଲ୍ ପାରିତ କରିଛି । ଲୋକସଭାରେ ବିରୋଧୀ ସଦସ୍ୟମାନେ ଗତକାଲି ହଙ୍ଗାମା କରିଥିଲେ ଏବଂ ବିଲ୍ ର ନକଲ ଚିରି ଦେଇଥିଲେ । ସନ୍ଧ୍ୟାରେ ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା ଆରମ୍ଭ ହେଇଥିବା ବେଳେ ମଧ୍ୟ ପ୍ରବଳ ବିରୋଧ ହୋଇଥିଲା । ମଧ୍ୟରାତ୍ରି ପରେ ବହୁମତ ଭୋଟ ଦ୍ୱାରା ବିଲ୍ ପାରିତ ହୋଇଛି ।

Leave a Reply

Your email address will not be published. Required fields are marked *