ୟୁନେସ୍କୋ ତାଲିକାରେ ଦୀପାବଳି

ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୧୦/୧୨: ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ କରାଯାଇଛି। ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ଆଲୋକର ପର୍ବ ଦୀପାବଳି। ବର୍ତ୍ତମାନ ଦିଲ୍ଲୀର ଲାଲକିଲ୍ଲାରେ ୟୁନେସ୍କୋର ଆନ୍ତଃସରକାରୀ କମିଟିର ୨୦ତମ ଅଧିବେଶନ ଅନୁଷ୍ଠିତ ହେଉଛି। ଆଜି ସେଠାରୁ ଏହି ଘୋଷଣା ହୋଇଛି। ଏହା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହା ପ୍ରଥମ ଥର ପାଇଁ ଦେଶ ୟୁନେସ୍କୋ ବୈଠକ ଆୟୋଜନ କରିଛି। ଭାରତର ଏକ ସାଂସ୍କୃତିକ ପ୍ରତୀକ ଦୀପାବଳି ଏବେ ୟୁନେସ୍କୋର ଅଂଶ ହୋଇଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ନିଜର ଖୁସି ପ୍ରକାଶ କରିଛନ୍ତି। ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି,ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡିତ। ଏହା ଆମ ସଭ୍ୟତାର ଆତ୍ମା। ଏହା ଜ୍ଞାନ ଏବଂ ଧର୍ମର ପ୍ରତୀକ। ୟୁନେସ୍କୋର ଅମୁଲ୍ୟ ଐତିହ୍ୟ ତାଲିକାର ଏକ ଅଂଶ ହୋଇ, ଦୀପାବଳି ବିଶ୍ୱବ୍ୟାପୀ ଆହୁରି ଅଧିକ ଲୋକପ୍ରିୟତା ହାସଲ କରିବ। ମୁଁ ଆଶା କରୁଛି ଯେ ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଏହି ଅନନ୍ତ ପଥରେ ଆମକୁ ମାର୍ଗଦର୍ଶନ କରିଚାଲିବ।

ତେବେ ୟୁନେସ୍କୋର ଏହି ବୈଠକ ଡିସେମ୍ବର ୮ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଳିବ। ୟୁନେସ୍କୋ ଆଇସିଏଚ୍‌ ତାଲିକାରେ ସଂଶୋଧନ କରି ଦୀପାବଳିକୁ ଅନ୍ତର୍ଭୁକ୍ତ କରିବା ମାତ୍ରେ, ସବୁଠି ବନ୍ଦେ ମାତରମ୍ ଏବଂ ଭାରତ ମାତା କି ଜୟ ଧ୍ୱନି ଗୁଞ୍ଜରିତ ହୋଇଛି। ୟୁନେସ୍କୋ ବର୍ତ୍ତମାନ୍ ପର୍ଯ୍ୟନ୍ତ ୧୫ଟି ଭାରତୀୟ ସାଂସ୍କୃତିକ ଐତିହ୍ୟ ସ୍ଥାନକୁ ସାଂସ୍କୃତିକ ତାଲିକାରେ ଅନ୍ତର୍ଭୁକ୍ତ କରିଛି। କୁମ୍ଭମେଳା, ବଙ୍ଗଳାର ଦୁର୍ଗା ପୂଜା, ଗୁଜୁରାଟର ଗରବା, ଯୋଗ, ରାମଲୀଳା ଏବଂ ବୈଦିକ ମନ୍ତ୍ର ଉଚ୍ଚାରଣ ଅନ୍ତର୍ଭୁକ୍ତ। ରାମାୟଣର ପାରମ୍ପରିକ ପ୍ରଦର୍ଶନ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।

Leave a Reply

Your email address will not be published. Required fields are marked *