ମହିଳା ଡିଏସପିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ପ୍ରେମ, ଧୋକା ଓ ବ୍ଲାକମେଲିଂ

ଦେଶବିଦେଶ ରାଜ୍ୟ
Spread the love

ରାୟପୁର, ୧୧/୧୨: ଛତିଶଗଡ଼ର ମହିଳା ପୋଲିସ ଅଧିକାରୀ ଓ ବ୍ୟବସାୟୀଙ୍କ ମଧ୍ୟରେ ‘ପ୍ରେମ ଓ ଅର୍ଥ’ ବିବାଦ ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଉଦ୍ୟୋଗପତିଙ୍କୁ ପ୍ରେମ ଜାଲରେ ଫସାଇ କୋଟି କୋଟି ଟଙ୍କା ନେଇଥିବାର ସଙ୍ଗୀନ ଅଭିଯୋଗ DSPଙ୍କ ନାଁରେ ଆସିଛି। ଡିଏସପି-ବିଜନେସମ୍ୟାନ ଲଭ ଷ୍ଟୋରୀ ପୂରା ଛତିଶଗଡ଼ରେ ରୋଚକ ଖବର ପାଲଟିଛି। ମାମଲା ଏବେ ଥାନାରେ ପହଞ୍ଚିଛି ରାୟପୁରର ଉଦ୍ୟୋଗପତି ଦୀପକ ଟଣ୍ଡନ ଡିଏସପି କଳ୍ପନା ବର୍ମାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ପ୍ରେମ ଜାଲରେ ଫସାଇ କୋଟି କୋଟି ଟଙ୍କା, ନଗଦ, ସଂପତ୍ତି ପାଇଁ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଚାପ ପକାଉଥିଲେ। ଉଦ୍ୟୋଗପତି ଓ ତାଙ୍କ ପତ୍ନୀ ଏବେ ଡିଏସପି କଳ୍ପନାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ ଏଫଆଇଆର ରୁଜୁ କରି ନ ଥିବା ଦମ୍ପତ୍ତି କହିଛନ୍ତି। ଅନ୍ୟପଟେ ଡିଏସପି ନିଜ ଉପରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।ଡିଏସପି କଳ୍ପନା ସଂପ୍ରତି ଛତିଶଗଡ଼ର ଦାନ୍ତେଓ୍ଵାଡ଼ାରେ ମୁତୟନ। ରାଜ୍ୟର ଜଣେ ସଚ୍ଚୋଟ ଏବଂ ଫାୟରବ୍ରାଣ୍ଡ ମହିଳା ପୋଲିସ ଅଧିକାରୀ ଭାବେ ସେ ପରିଚିତ। ଅନେକ ମିଡିଆରେ ଦେଇଥିବା ସାକ୍ଷାତକାରରେ ଦୀପକ ଟଣ୍ଡନ କହିଛନ୍ତି, ଡିଏସପି କଳ୍ପନାଙ୍କ ସହ ତାଙ୍କର ସାକ୍ଷାତ ୨୦୨୧ରେ ଜଣେ ସାଙ୍ଗଙ୍କ ଜରିଆରେ ହୋଇଥିଲା। ଏହା ପରେ ଦୁହେଁ ପରସ୍ପର ନିକଟତର ହୋଇ ଚାଲିଲେ। କଥା ଏ ପର୍ଯ୍ୟନ୍ତ ବଢିଗଲା ଯେ, ଦୁହିଁଙ୍କ ମଧ୍ୟରେ ମହଙ୍ଗା ଉପହାର ପର୍ଯ୍ୟନ୍ତ ଆଦାନ-ପ୍ରଦାନ ହେବାରେ ଲାଗିଲା।

Leave a Reply

Your email address will not be published. Required fields are marked *