ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ଅପରାଧ ରାଜ୍ୟ ସୁନ୍ଦରଗଡ଼
Spread the love

ରାଉରକେଲା, ୧୨/୧୨ : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଜଣେ ଓଏଏସ୍‌ ଅଧିକାରୀଙ୍କଠାରୁ ୪ ଲକ୍ଷ ଟଙ୍କା ଠକି ନେଉଥିବାବେଳେ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇ ଜଣକ ସୁବର୍ଣ୍ଣପୁରର ଗଣେଶ ନନ୍ଦ ଏବଂ ପ୍ରଦୀପ ପଣ୍ଡା ବୋଲି ଜଣାପଡିଛି। ଭିଜିଲାନ୍ସ ସହୟତାରେ ରାଉରକେଲା ପୁଲିସ୍‌ ଉଭୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଭିଜିଲାନ୍ସ କେସ୍‌ର ଧମକ ଦେଇ ଏମାନେ ଟଙ୍କା ଆଦାୟ କରୁଥିଲେ। ଅଭିଯୁକ୍ତ ଗଣେଶର ଟ୍ରୁ କଲର୍‌ ଆଇଡିରେ ଭିଜିଲାନ୍ସ ଅଫିସର ସୋ କରୁଥିଲା। ଏହି ମାମଲାରେ ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *