ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ

ବଲାଙ୍ଗୀର ରାଜ୍ୟ
Spread the love

ବଲାଙ୍ଗୀର,୧୫/୧୨: ଦୀର୍ଘ ଏକମାସରୁ ଅଧିକ ସମୟ ଧରି ୮ଦଫା ଦାବି ନେଇ ସରକାରୀ ଆୟୁର୍ବେଦିକ କଲେଜ ଓ ଚିକିତ୍ସାଳୟ ସମ୍ମୁଖରେ ଆୟୁଷ ଡାକ୍ତର ଛାତ୍ରୀଛାତ୍ରମାନଙ୍କ ଚାଲିଥିବା ଆନ୍ଦୋଳନ ସ୍ଥଗିତ କରାଯାଇଛି। ଦାବିଗୁଡ଼ିକୁ ଯଥାର୍ଥ ଓ ନ୍ୟାୟ ଦାବି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିବା ସହ ଖୁବ୍‌ଶୀଘ୍ର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଡାକ୍ତରୀ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ । ଆଠ ଦଫା ଦାବି ନେଇ ଗତ ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଆଲୁମିନି କମିଟିର ସଭାପତି ଡ. ସୁଦେବ ପତିଙ୍କ ସମନ୍ବୟରେ ଡାକ୍ତରୀ ଛାତ୍ରୀଛାତ୍ରମାନେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ହୋଇଥିଲା । ମୁଖ୍ୟତଃ ଆଲୋଚନା ସମୟରେ ନୂତନ ପଦବୀ ସୃଷ୍ଟି କରିବା ବିଷୟରେ ଆଲେଚନା କରାଯାଇଥିଲା। ନୂତନ ପଦବୀକୁ ନେଇ ସଙ୍ଗେସଙ୍ଗେ ଏକ ନୂତନ କମିଟି ଗଠିତ କରାଯାଇ ତାହାର ନିର୍ଦ୍ଦେଶାନାମା ଜାରି କରାଯାଇଥିଲା । ଡାଇନାମିକ ଷ୍ଟାଇପେଣ୍ଡ ବୃଦ୍ଧି କରଯାଇଥିବା ଦାବିକୁ ପୂରଣ କରିଥିବାବେଳେ ସରକାର ଅନ୍ୟାନ୍ୟ ଦାବିଗୁଡିକ ଯଥାସମ୍ଭବ ପୂରଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଛାତ୍ରୀଛାତ୍ରମାନଙ୍କୁ ଧାରଣା ସ୍ଥଗିତ ରଖୁବାକୁ ମନ୍ତ୍ରୀ ଅନୁରୋଧ କରିଥିବା ଆୟୁଷ ସଂଘ ପକ୍ଷରୁ କୁହାଯାଇଛି। ତେବେ ବର୍ତ୍ତମାନ ସଂଘ ସର୍ଭମୂଳକ ଭାବେ ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି । ଆଗାମୀ ତିନିମାସ ମଧ୍ୟରେ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନ ନେଲେ ଆୟୁଷ ସଂଗଠନ ପକ୍ଷରୁ ପୁଣି ସ୍ବର ଉତ୍ତୋଳନ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *