ନୂଆଦିଲ୍ଲୀ, ୧୬/୧୨: ୧୯ ବର୍ଷରୁ କମ୍ ଏସିଆ କପ୍ର ଏକ ମ୍ୟାଚରେ ମଙ୍ଗଳବାର ଭାରତ ମାଲେସିଆକୁ ୩୧୫ ରନରେ ପରାଜିତ କରିଛି। ଭାରତୀୟ ବ୍ୟାଟ୍ସମ୍ୟାନ ଅଭିଜ୍ଞାନ କୁଣ୍ଡୁଙ୍କୁ ବିସ୍ଫୋରକ ଦ୍ବିଶତକ ବଳରେ ଟିମ ଇଣ୍ଡିଆକୁ ଏହି ସହଜ ବିଜୟ ମିଳିଛି।
ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ବିନିମୟରେ ୪୦୮ ରନ ସଂଗ୍ରହ କରିଥିଲା। ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଅଭିଜ୍ଞାନ ୧୨୫ ବଲରେ ଧୂଆଁଧାର ୨୦୯ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ୯ ଛକା ଏବଂ ୧୭ ଚଉକା ସାମିଲ ଥିଲା। ଏହାବ୍ୟତୀତ ବେଦାନ୍ତ ତ୍ରିବେଦୀ ୯୦ ଏବଂ ବୈଭବ ସୂର୍ଯ୍ୟବଂଶ ୨୬ ବଲରେ ବିସ୍ଫୋରକ ୫୦ ରନର ଇନିଂସ ଖେଳିଥିଲେ। ଜବାବରେ ମାଲେସିଆ ୩୨.୧ ଓଭରରେ ୯୩ ରନ କରି ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ ସର୍ବାଧିକ ୫ ଉଇକେଟ ନେଇଥିବାବେଳେ ଉଦ୍ଧବ ମୋହନ ୨ଟି ଏବଂ କିଷାନ ସିଂହ, ଖିଲାନ ପଟେଲ ଓ କନିଷ୍କ ଚୌହାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
