ଗୋଆ ଅଗ୍ନିକାଣ୍ଡ : ୧୦ ଦିନ ପରେ ଦିଲ୍ଲୀରେ ପହଞ୍ଚିଲେ ଲୁଥ୍ରା ଭ୍ରାତା

ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୧୬/୧୨ : ପଳାତକ ଲୁଥ୍ରା ଭ୍ରାତା ଆଜି ଥାଇଲାଣ୍ଡରୁ ଦିଲ୍ଲୀ ଫେରିଛନ୍ତି। ଗୋଆ ‘ବର୍ଚ୍ଚ ବାଏ ରୋମିଓ ଲେନ୍’ ନାଇଟ କ୍ଲବର ମାଲିକ ଦୁଇ ଭାଇ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରା ଘଟଣା ଘଟିବାର ୧୦ ଦିନ ପରେ ଭାରତ ଫେରିଛନ୍ତି । ଥାଇଲ୍ୟାଣ୍ଡ ସରକାର ସେମାନଙ୍କୁ ଫେରାଇ ଦେବା ପରେ ସେମାନେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀ କୋର୍ଟରେ ହାଜର ହେବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଉଭୟଙ୍କୁ ଗୋଆ ନିଆଯିବ।ସୂଚନା ମୂତାବକଗତ ୬ ତାରିଖରେ କ୍ଲବରେ ବାଣ ଫୁଟାଇବା ବେଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୨୫ ଜଣ ପ୍ରାଣ ହରାଇଥିଲେ । ଘଟଣାର କିଛି ଘଣ୍ଟା ପରେ ଦୁଇ ଭାଇ ଥାଇଲ୍ୟାଣ୍ଡର ଫୁକେଟକୁ ପଳାଇ ଯାଇଥିଲେ। ଭାରତ ସରକାର ସେମାନଙ୍କ ପାସପୋର୍ଟ ରଦ୍ଦ କରିଦେବା ପରେ ଥାଇଲ୍ୟାଣ୍ଡ ପୋଲିସ ସେମାନଙ୍କୁ ଅଟକ ରଖିଥିଲା । କ୍ଲବଟି ବିନା ଲାଇସେନ୍ସରେ ଚାଲୁଥିଲା । ନିଆଁ ଲିଭାଇବା ପାଇଁ ସେଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ତଦନ୍ତରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *