ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ଅପରାଧ ବ୍ରହ୍ମପୁର ରାଜ୍ୟ
Spread the love

ବ୍ରହ୍ମପୁର,୧୬/୧୨: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ ତାହା ଖାରଜ ହୋଇଛି। ଜେଲରେ ଦିନ କାଟୁଥିବା ବ୍ରହ୍ମପୁର ପୂର୍ୱତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ୱତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ, ଆଇନଜୀବୀ ତଥା ବିଜେଡି ନେତା ମଦନ ମୋହନ ଦଳାଇ, ବ୍ୟବସାୟୀ ସୁନିଲ ହୋତା ଓ ଶୂନ୍ୟ ଦାସଙ୍କ ଜାମିନ ଖାରଜ ହୋଇଯାଇଛି । ଗଞ୍ଜାମ ଜିଲା ଅତିରିକ୍ତ ଜିଲା ଜଜ-୩ୟ ବିବସ୍ୱତ ଗୌତମ ମଙ୍ଗଳବାର ଏହି ରାୟ ପ୍ରକାଶ କରିଛନ୍ତି।ପୂର୍ୱରୁ ଉପରୋକ୍ତ ୫ ଅଭିଯୁକ୍ତ ନିଜ ଓକିଲଙ୍କ ଜରିଆରେ ଖଲାସ ପିଟିଶନ ଓ ଜାମିନ ଆବେଦନ କରିଥିଲେ । ଗତ ୧୨ ତାରିଖରେ ଏହାର ଶୁଣାଣି ହୋଇଥିଲା । ଉଭୟ ପକ୍ଷଙ୍କ ଓକିଲ ମଧ୍ୟରେ ଜବାବସୁଆଲ ହୋଇଥିଲା। ସରକାରୀ ଓକିଲ ଅଭିଯୁକ୍ତଙ୍କ ଜାମିନକୁ ଦୃଢ଼ ବିରୋଧ କରିଥିଲେ। ସେହିଦିନ କୋର୍ଟରେ ଜାମିନ ଶୁଣାଣି ହୋଇଥିଲେ ମଧ୍ୟ ଜଜ୍‌ ରାୟ ସଂରକ୍ଷିତ ରଖିଥିଲେ। ମଙ୍ଗଳବାର ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ କରାଯାଇଥିବା ସ୍ୱତନ୍ତ୍ର ପିପି କାଳୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ଗତ ଅକ୍ଟୋବର ୬ ତାରିଖରେ ପୀତବାସଙ୍କୁ ତାଙ୍କ ଘର ନିକଟରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ବିକ୍ରମ ଓ ପିଣ୍ଟୁ ସମେତ ମୋଟ ୧୬ ଜଣଙ୍କୁ ପର୍ଯ୍ୟାୟକ୍ରମେ ଗିରଫ କରିଥିଲା। ସେମାନଙ୍କ ୧୫ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଥିବା ବେଳେ ଶିବଶଙ୍କର ଫୁଲବାଣୀ ଜେଲରେ ଅଛନ୍ତି।

Leave a Reply

Your email address will not be published. Required fields are marked *