ହାସିନାଙ୍କ ମନ୍ତବ୍ୟ: ଭାରତୀୟ ଉଚ୍ଚାୟୁକ୍ତଙ୍କୁ ବାଂଲାଦେଶର ସମନ

ଦେଶବିଦେଶ
Spread the love

ଢାକା,୧୭/୧୨: ବାଂଲାଦେଶରେ ଗତ ଅଗଷ୍ଟରେ ହିଂସାତ୍ମକ ଆନ୍ଦୋଳନ ପରେ ଦେଶ ଛାଡ଼ି ଭାରତକୁ ପଳାୟନ କରିଥିବା ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା(୭୮)ଙ୍କୁ ନଭେମ୍ବରରେ ସେଠାକାର ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ମାନବତା ବିରୋଧରେ ଅପରାଧ ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚୁଥିବା, ଏବଂ ଦେଶକୁ ଧ୍ୱଂସ କରିବା ଲାଗି ଆତଙ୍କବାଦୀଙ୍କୁ ମୁକ୍ତ କରୁଥିବା ହାସିନା ଅଭିଯୋଗ ଆଣିଥିଲେ। ତାଙ୍କ ମନ୍ତବ୍ୟ ଉପରେ ଆପତ୍ତି ଉଠାଇ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ସମନ କରିଛି।

Leave a Reply

Your email address will not be published. Required fields are marked *