ରାହାମା ଫରେଷ୍ଟ ରେଞ୍ଜର ଗିରଫ

ଅପରାଧ ଜଗତସିଂହପୁର ରାଜ୍ୟ
Spread the love

ଜଗତସିଂହପୁର, ୨୧/୧୨: ଗିରଫ ହେଲେ ଜଗତସିଂହପୁର ରାହାମା ଫରେଷ୍ଟ ରେଞ୍ଜର। ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ ହୋଇଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ରେଞ୍ଜରଙ୍କ ସାମନ୍ତରାପୁର , ଚାଟରାରେ ଥିବା ବାସଭବନ ଓ ସାଁପୁରରେ ଥିବା ତାଙ୍କ ଆବାସିକ କାର୍ଯ୍ୟାଳୟରେ ଏକକାଳୀନ ଚଢଉ କରାଯାଇଥିଲା। ରେଞ୍ଜରଙ୍କର ଦୁଇଟି କୋଠା ସହ ୫ଟି ମୂଲ୍ୟବାନ୍ ପ୍ଲଟ୍ ଠାବ ହୋଇଛି। ୨୫୦ ଗ୍ରାମ୍ ସୁନା ସହ ନଗଦ ୩.୬୯ ଲକ୍ଷ ଟଙ୍କା ଜବତ ହୋଇଛି। ୮୦.୬୮ ଲକ୍ଷ ଟଙ୍କାର ଡିପୋଜିଟ୍ ମଧ୍ୟ ଠାବ ହୋଇଛି। ଏଥିସହିତ ଗୋଟିଏ ୪ ଚକିଆ ଓ ଦୁଇଟି ଦୁଇ ଚକିଆ ଯାନ ଥିବା ଏବଂ କଟକ ସହର ବାହାରେ ଏକ ପ୍ଲଟ୍ ଓ ଜଗତସିଂହପୁର ଟାଉନ୍ ଅଞ୍ଚଳରେ ଦୁଇଟି ପ୍ଲଟ୍ ଠାବ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *