ଧାନ କଟାକୁ ନେଇ ଲାଗିଲା ୧୬୩ ଧାରା

କେନ୍ଦ୍ରାପଡ଼ା ରାଜ୍ୟ
Spread the love

କେନ୍ଦ୍ରାପଡା, ୨୧/୧୨: ସରକାରୀ ଜମିରେ ଧାନ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଜଙ୍ଗଲ କିସମ ଜମିରେ ଧାନ କଟାକୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ପେଟଛିଲା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୨ଦିନ ହେବ ମୁହାଁମୁହଁ ପରିସ୍ଥିତି ଉପୁଜିଛି । ସ୍ଥିତିରେ ସୁଧାର ଆଣିବା ଲାଗି ପ୍ରଶାସନ ବିଏନ୍‌ଏସ୍‌ ୧୬୩ ଧାରା ଜାରି କରିଛି।ସୂଚନା ଅନୁସାରେ, ଗାଁର କିଛି ବଙ୍ଗଭାଷୀ ଭାଗ ଚାଷୀ ବାପା ଜେଜେବାପା ଅମଳରୁ ସେଠାରେ ଚାଷ କରି ପରିବାର ପ୍ରତି ପୋଷଣ କରୁଥିଲେ । ଏବେ ସେହି ଜମିକୁ କିଛି ବ୍ୟକ୍ତି କିଣିଛନ୍ତି ବୋଲି ପ୍ରଶାସନ ତରଫରୁ ନୋଟିସ ଲଗାଯାଇଛି । ତେବେ ଭାଗ ଚାଷୀ ମାନେ ଉକ୍ତ ଜମିରୁ ଧାନ କାଟୁଥିବା ସମୟରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ବାରଣ କରିଥିଲା । ହେଲେ ସେମାନେ ନମାନିବାରୁ ପୁଲିସ ଉପସ୍ଥିତିରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ବିଏନ୍‌ଏସ୍ ୧୬୩ ଧାରା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *