କଟକ, ୨୮/୧୨: କଟକ ୪୨ ମୌଜା ଅନ୍ତର୍ଗତ କଳପଡ଼ା ଗ୍ରାମରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ମହା ସତସଙ୍ଗ ଓ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶ୍ରୀ ଜଗନ୍ନାଥ ଙ୍କ ମହା ସତସଙ୍ଗ ପାଳନ ସହିତ ମହା ସତ୍ ସଂଗ ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ଶ୍ରୀ ଜଗନ୍ନାଥ ଙ୍କ ସଂସ୍କୃତି ର ଆଲୋଚନା ସହିତ ଭଜନ ପରିବେଷଣ ହୋଇଯାଇଛି । ଏଥିରେ ବିଶିଷ୍ଟ ଆଧ୍ୟାତ୍ମିକ ଶ୍ରୀ ଗୁରୁ ଡକ୍ଟର ପ୍ରଦ୍ୟୁମ୍ନ କିଶୋର ଦେବ (ଶ୍ରୀ ରାଧା ମୋହନ ବାବା)ଯୋଗ ଦେଇ ସଂସାର ରେ କିଭଳି ଶାନ୍ତି ଶୃଙ୍ଖଳା ବଜାୟ ହେବ ବିଶ୍ୱ ଭାତୃତ୍ବ ଭାବ ର ଜାଗରଣ , ସନାତନ ଧର୍ମ ରେ ଏକତ୍ଵ ଭାବ ଓ ଆତ୍ମୀୟତା ର ଜାଗରଣ ହୋଇ କିଭଳି ପାପ ତାପ ଦୂରେଇ ମନୁଷ୍ୟ ଈଶ୍ୱର ଙ୍କ ଭକ୍ତି ପ୍ରାପ୍ତ ହୋଇ ଥାଏ ସେ ବିଷୟରେ ବୁଝାଇ ଥିଲେ। ଏଥିରେ ଗୁରୁ ଅଶ୍ଵିନୀ ମହାନ୍ତି, କଣ୍ଠ ଶିଳ୍ପୀ ଅନନ୍ୟା ବେହେରା , ଅପର୍ଣ୍ଣା ଦେବୀ ,ସୁପର୍ଣ୍ଣା ଦେବୀ ତପର୍ଣ୍ଣା ଦେବୀ, ପରମାନନ୍ଦ ପ୍ରଭୁ , ପ୍ରଜ୍ଞା ଦେବୀ , ମାନସୀ ଦେବୀ , ରଞ୍ଜିତା ପରିଡ଼ା , ସୁଶାନ୍ତ ପରିଡ଼ା , ଦେବାଶିଷ ପରିଡ଼ା , ଅନିଲ ଦାସ , ଦେବୀ ପ୍ରସାଦ ପାଣି , ଅଶୋକ ମହାପାତ୍ର ,ରଞ୍ଜିତ ଦାସ,ରଞ୍ଜନ,ବିଶ୍ଵଜିତ, ଗୁରୁ କରୁଣା କର ନାୟକ , ଆଦି ଯୋଗ ଦେଇ ଥିଲେ ଭଜନ ଓ କୀର୍ତ୍ତନ ଖୁବ୍ ଆନନ୍ଦ ପ୍ରଦାନ କରିଥିଲା ବହୁ ଭକ୍ତ ଯୋଗଦାନ କରିଥିଲେ ପ୍ରସାଦ ସେବନ ହୋଇଥିଲା , ଶେଷରେ ସମ୍ପାଦକ ଅସିତ୍ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।
