କଟକ ସଦର,୨୮/୧୨: କଟକ ସଦର ୪୨ ମୌଜା ଅନ୍ତର୍ଗତ ବଉଳକୁଦ ଗ୍ରାମର ମା ଶାରଳା ଡ୍ରାମାଟିକ୍ କ୍ଲବର ବାର୍ଷିକ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇ ଅଛି। ଏହି ଉପଲକ୍ଷେ ଦୁଇଦିନ ଧରି ଦୁଇଟି ସାମାଜିକ ନାଟକ କହିବାକୁ “ଲାଜ ଶୁଣିଲେ ପାପ”ଏବଂ ହେ ମଣିଷ କାନ୍ଦିବ ଆସ ନାଟକ ଶିଵ ପ୍ରସାଦ ସ୍ୱାଇଁ ଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ କରାଯାଇଥିଲା। ପ୍ରଥମ ଦିଵସରେ ବଉଳକୁଦ ଗ୍ରାମ୍ୟ କମିଟି ସଭାପତି ସୁବୋଧ କୁମାର ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ୟୁନିଅନ ଫର୍ କଟକ ସଦର ଡେଭଲପମେଣ୍ଟର ଅଧକ୍ଷ ତଥା ଶିକ୍ଷାବିତ୍ ମନୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଵା ବେଳେ ମୁଖ୍ୟବକ୍ତା ଭାବେ କଟକ ସଦର ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ପାତ୍ର ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ବିଦ୍ୟାଧର ପାତ୍ର, ରାମଚନ୍ଦ୍ର ଗୋଛୟତ, ଅଜୟ କୁମାର ଦଳାଇ, ପଦ୍ମନାଭ ଗୋଛୟତ ଯୋଗ ଦେଇଥିଲେ। ଦିତୀୟ ଦିବସର କାର୍ଯ୍ୟକ୍ରମକୁ ୪୨ ମୌଜା ବିକାଶ ପରିଷଦର ସଭାପତି କେଶବ ଚନ୍ଦ୍ର କର ଉଦଘାଟନ କରିଥିବା ବେଳେ ରାଷ୍ଟ୍ର ବାଦି ସଂଘର ସଭାପତି ଗିରିଜା ସଙ୍କର ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶ୍ରମିକ ନେତା ବିଜୟ ଭୁଷଣ ପତି, ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁମିତ୍ରା ଗୋଛୟତ, ବିଜେପି ମଣ୍ଡଳ ସମ୍ପାଦିକା ଚିତ୍ତୋରମା ସ୍ବାଇଁ , ଦେବୀ ପ୍ରସାଦ ପତି, ସୁଶାନ୍ତ କୁମାର ବେହେରା ଯୋଗଦେଇଥିଲେ। ଗ୍ରାମ୍ୟ କମିଟିର ସମସ୍ତ ସଭ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ମା ଶାରଳା ଡ୍ରାମାଟିକ୍ କ୍ଲବର ସଭାପତି ବିଜୟ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।
