ମାହାଙ୍ଗାରେ ନାଟ୍ୟକାର ରାମଶଙ୍କର ରାୟଙ୍କ ଜୟନ୍ତୀ ପାଳିତ

ରାଜ୍ୟ
Spread the love

ମାହାଙ୍ଗା  : ସାରସ୍ୱତ ସେବା ମଞ୍ଚ ମାହାଙ୍ଗା ଆନୁକୂଲ୍ୟରେ ପ୍ରଖ୍ୟାତ ନାଟ୍ୟକାର, ସାରସ୍ୱତ ସ୍ରଷ୍ଠା,ରାମ ଶଙ୍କର ରାୟଙ୍କ ଜୟନ୍ତୀ ସମାରୋହ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତଙ୍କ ପୌରହୀତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବରାହିପୁର ସ୍ଥିତ ବିକାଶ ଭବନ ପ୍ରାଙ୍ଗଣରେ ଆୟୋଜିତ ଏହି ସାରସ୍ୱତ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଠା ରାମ ଶଙ୍କରଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ କରିଥିଲେ l
ମନୋରଞ୍ଜନ ପାଇଁ ନାଟକ ସୃଷ୍ଟି ହେଉଥିଲା ସେକଥା ନୁହେଁ, ସମାଜରେ କ୍ରାନ୍ତି ଆଣିବାରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା l ରାମ ଶଙ୍କର କେବଳ ନାଟକ ରଚନା କରୁଥିଲେ ସେକଥା ନୁହେଁ ବରଂ ଉପନ୍ୟାସ ଠାରୁ କାବ୍ୟ କବିତା, ପ୍ରବନ୍ଧ ଏବଂ ଅନୁବାଦ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ସେ ଥିଲେ ବେଶ ସିଦ୍ଧହସ୍ତ l ଏହି କ୍ରାନ୍ତିଦ୍ରଷ୍ଟା ପୁରୁଷଙ୍କ କାଳଜୟୀ ସୃଷ୍ଟି ସମ୍ଭାର ସମାଜରେ ବଡ଼ ପରିବର୍ତ୍ତନ ଆଣିପାରିଥିଲା l
ବଙ୍ଗଳା ନାଟକ ଦ୍ୱାରା ରାମ ଶଙ୍କର ପ୍ରଭାବିତ ହୋଇଥିଲେ ମଧ୍ୟ ଓଡ଼ିଆବାଣୀ ଭଣ୍ଡାରକୁ ତାଙ୍କର ଅତୁଳନୀୟ ଅବଦାନ ଅବିସ୍ମରଣୀୟ ବୋଲି ଜୟନ୍ତୀ ସଭାର ଅତିଥି ମାନେ ଆହ୍ୱାନ ଦେଇଥିଲେ l
ଏହି ସାରସ୍ୱତ ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଜନାର୍ଦ୍ଦନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ତଥା ପ୍ରାକ୍ତନ ପ୍ରଧାନଶିକ୍ଷକ ବିପିନ ବିହାରୀ କର ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ଯୋଗଦେଇ ରାମ ଶଙ୍କରଙ୍କ ନାଟକର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ସମ୍ମାନିତ ବକ୍ତା ଭାବେ ସମାଜସେବୀ ଧୃବାନନ୍ଦ ଶରଣ,ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ରାୟ ଚୌଧୁରୀ, ସମାଜସେବୀ ନଳିନୀକାନ୍ତ ନାୟକ,କବି ଅକ୍ଷୟ କୁମାର ଖଟୁଆ, କବି ରାଜକିଶୋର ମୁଣ୍ଡି ପ୍ରମୁଖ ଯୋଗଦେଇ ମାହାଙ୍ଗା ମାଟିର ଅନନ୍ୟ ସାଧକ ରାମ ଶଙ୍କରଙ୍କ ବିବିଧ ରଚନାର ମୂଲ୍ୟାୟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଭ୍ରମରବର ଦାସ, ସାମ୍ବାଦିକ ଧନେଶ୍ୱର ସେଠୀ,ବାଣୀ ରାଉତ,ପ୍ରେମଲତା ରାଉତ, ପ୍ରମୋଦ ଦାସ, ଧନେଶ୍ୱର ସ୍ୱାଇଁ,ସାମ୍ବାଦିକ ଦିବାକର ରାଉତ, ସାମ୍ବାଦିକ ଅକ୍ଷୟ କୁମାର ରାଉଳ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ l ଏହି ଉତ୍ସବରେ ବହୁ କବି, ସାହିତ୍ୟିକ, ସାମ୍ବାଦିକ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *