ଝଙ୍କଡ଼, ୨୯/୧୨: ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ପଞ୍ଚାୟତ ଅଧିନ କଣ୍ଟାପଡା ଗ୍ରାମର ଜଣାଶୁଣା ଜମିଦାର ସ୍ବର୍ଗତ ସାରଦା ଚରଣ ମହାନ୍ତି ଙ୍କ ପୁତ୍ର ମା ସାରଳା ଙ୍କ ନିତ୍ୟ ସେବକ ଓ ପରମଭକ୍ତ ବରଦା ପ୍ରସାଦ ଦାସ (ପଙ୍ଖା ବାବୁ ) ଙ୍କ ଏକାଦଶାହ ଉପଲକ୍ଷେ ଗତ ସୋମବାର ଦିନ ଏକ ଶୋକାକୁଳ ପରିବେଶ ମଧ୍ୟରେ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ସମାଜସେବୀ ବିବେକାନନ୍ଦ ସାମନ୍ତରାୟ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସ୍ମୃତିସଭା ରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଗୀତାପାଠ କରିବା ପରେ ନିରବପ୍ରାର୍ଥନା କରାଯାଇଥିଲା l ଆଶୀର୍ବାଦ ଦାସ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ, ଆଇନୀଜୀବି ମହେଶ ମହାନ୍ତି, ପ୍ରତାପ କିଶୋର ଦାସ, ପ୍ରାକ୍ତନ ଅଧ୍ୟକ୍ଷ ଦେବୀପ୍ରସାଦ ମହାନ୍ତି, ପ୍ରଭୁପ୍ରସାଦ ମହାନ୍ତି, ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ସବ୍ୟସାଚୀ ଦାସ, ଦେବାଶିଷ ଦାସ, ସୁଶାନ୍ତ କୁମାର ଦାସ, ଦୁର୍ଗାପ୍ରସାଦ ଦାସ ସୁଶାନ୍ତ ପରିଡା, ମୁକେଶ ମହାନ୍ତି, ବୈଜୟନ୍ତୀ ପରିଡା, ଦିଗଦର୍ଶିନୀ ମହାନ୍ତି, ଚନ୍ଦନ ପଟ୍ଟନାୟକ, ପ୍ରଭାତ କୁମାର ମହାନ୍ତି, ସତ୍ୟଜିତ ଦାସ ଓ ଦୁର୍ଗେଶନନ୍ଦିନୀ ମହାନ୍ତି ପ୍ରମ୍ମୁଖ ସ୍ୱର୍ଗତ ବରଦାପ୍ରସାଦ ଙ୍କ ସରଳ ନିରାଡ଼ମ୍ବର ଓ ଆଧ୍ୟାତ୍ମିକ ଜୀବନ ଶୈଳୀ ଉପରେ ନିଜନିଜର ଅଙ୍ଗେଲିଭା କଥା କହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପରେ ପରେ ସମର୍ପଣ ଭଜନ ସନ୍ଧ୍ୟା ର ସଙ୍ଗୀତ ନିର୍ଦ୍ଦେଶକ ପ୍ରହ୍ଲାଦ ନାୟକ ଓ କଣ୍ଠଶିଳ୍ପୀ ଅରୁଣ ଜେନା ଙ୍କ ତତ୍ୱାବଧାନ ରେ ଖ୍ୟାତନାମା କଳାକାର ମାନଙ୍କ ଦ୍ୱାରା ଭକ୍ତିସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
