ପିୟୁସିସି ନିୟମ ଲାଗୁ ତାରିଖ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବା ନେଇ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୩୧/୧୨: ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର । ଗାଡ଼ି ଚାଳକଙ୍କ ଅସୁବିଧା ଲକ୍ଷ କରି ପିୟୁସିସି ଅବଧି ବଢାଇଲେ ରାଜ୍ୟ ସରକାର ।ରାଜ୍ୟରେ ଗାଡ଼ିଗୁଡିକ ପାଇଁ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ବ ପିୟୁସିସି ବାଧ୍ୟତାମୂଳକ କରିଥିଲେ ରାଜ୍ୟ ସରକାର । ବିଶେଷକରି ଇନ୍ଧନ ପକାଇବା ସମୟରେ ଏହା ବାଧ୍ୟତାମୂଳକ ଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ ଗାଡ଼ି ଚାଳକ । ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା । ପିୟୁସିସି ନିୟମ ଲାଗୁ ତାରିଖ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବା ନେଇ ମନ୍ତ୍ରୀ କହିଛନ୍ତି । ଲୋକଙ୍କ ଅସୁବିଧାକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଏହା ସହ ଗାଡିରେ ଗ୍ରୀନ ଷ୍ଟିକର ଲାଗିବା ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ , ଗ୍ରୀନ ଷ୍ଟିକର ଲଗାଇବା ବାଧ୍ୟତାମୂଳକ ନୁହେଁ । କିନ୍ତୁ ଲଗାଇଲେ ଇନ୍ଧନ ପଳାଇବା ସମୟରେ ସୁବିଧା ହେବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରଦୂଷଣ ଯାଞ୍ଚ କରିଥିବା ସମସ୍ତ ଗାଡ଼ି ଆରଟିଓ କାର୍ଯ୍ୟାଳୟରେ ଏହି ଗ୍ରୀନ ଷ୍ଟିକର ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।

ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ଅନିୟମିତତା ପରିଲକ୍ଷିତ ୪୨ଟି କେନ୍ଦ୍ରର ଲାଇସେନ୍ସ ରଦ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଏହା ସହ ଆଗାମୀ ଦିନରେ ଯେଉଁ ମାନେ କେନ୍ଦ୍ର ଖୋଲିବାକୁ ନିବେଦନ କରିବେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *