ଧନକଡଙ୍କୁ ମିଳିନି ସରକାରୀ ବଙ୍ଗଳା

ଦେଶବିଦେଶ
Spread the love

ନୂଆଦିଲ୍ଲୀ,୩୧/୧୨: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକଡ ଗତ ଜୁଲାଇରେ ନିଜ ପଦରୁ ଇସ୍ତଫା ଦେଇଥିବାବେଳେ ଏ ପର୍ଯ୍ୟନ୍ତ ତାଙ୍କୁ ଦିଲ୍ଲୀରେ ସରକାରୀ ବଙ୍ଗଳା ମିଳିନଥିବା ଜଣାପଡିଛି। ସେପ୍ଟେମ୍ବରରେ ନୂଆ ଉପରାଷ୍ଟ୍ରପତି ନିର୍ବାଚିତ ହେବାପରେ ଧନକଡ ତାଙ୍କର ସରକାରୀ ବଙ୍ଗଳା ଖାଲି କରି ଦକ୍ଷିଣ ଦିଲ୍ଲୀର ଛତରପୁରରେ ଥିବା ଅଭୟ ଚୌତାଲାଙ୍କ ଫାର୍ମହାଉସକୁ ଚାଲିଯାଇଥିଲେ।ପୂର୍ବତନ ଉପରାଷ୍ଟ୍ରପତି ଭାବେ ତାଙ୍କୁ ସରକାରୀ ବଙ୍ଗଳା ମିଳିବା ଉଚିତ। ଧନକଡ ଏହି ମର୍ମରେ ଅଗଷ୍ଟ ୨୨ରେ ସହରାଞ୍ଚଳ ଉନ୍ନୟନ ବିଭାଗ ସଚିବଙ୍କୁ ଏକ ଚିଠି ଲେଖିଥିଲେ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପୂର୍ବତନ ଉପରାଷ୍ଟ୍ରପତି ଭାବେ ଧନକଡଙ୍କୁ ମାସିକ ୨ ଲକ୍ଷ ଟଙ୍କା ପେନସନ, ଟାଇପ-୮ ସରକାରୀ ବଙ୍ଗଳା, ବ୍ୟକ୍ତିିଗତ ସଚିବ, ବ୍ୟକ୍ତିଗତ ସହାୟକ, ଜଣେ ଘରୋଇ ଡାକ୍ତର, ଜଣେ ନର୍ସିଂ ଅଫିସର ଏବଂ ଚାରିଜଣ ପିଅନ ମିଳିବା କଥା।

Leave a Reply

Your email address will not be published. Required fields are marked *