ଧନୁଯାତ୍ରା ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ନିଦର୍ଶନ: ମୁଖ୍ୟମନ୍ତ୍ରୀ

ବରଗଡ଼ ରାଜ୍ୟ
Spread the love

ମଥୁରାନଗରୀ, ୩୧/୧୨: ବରଗଡ଼ ମୁକ୍ତାକାଶ ଧନୁଯାତ୍ରା ମହୋତ୍ସବ ସବୁଠୁ ଅନନ୍ୟ। ଧନୁଯାତ୍ରା ସମୟରେ ବରଗଡ଼ ପାଲଟିଯାଏ ମଥୁରାନଗରୀ। ଜୀରା ପାଲଟିଯାଏ ଯମୁନା। ସମଗ୍ର ବରଗଡ଼ବାସୀ କୃଷ୍ଣ ପ୍ରେମରେ ହଜିଯାଆନ୍ତି। ମହାରାଜ କଂସଙ୍କ ପ୍ରଜା ବି ସମସ୍ତେ ହୁଅନ୍ତି। ଦ୍ୱାପର ଯୁଗ ନାହିଁ, କିନ୍ତୁ ବରଗଡ଼ ସହରରେ ମଥୁରା, ଗୋପପୁର, ଯମୁନା ସବୁ ଅଛି। ୧୧ ଦିନ ଧରି ହେଉଥିବା ଏ ଧନୁଯାତ୍ରା ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ରାଜଅତିଥି ଭାବରେ ଯୋଗଦେଇ ସେ ଆଜି ମଥୁରାନଗରୀକୁ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି। ଧନୁଯାତ୍ରା ପାଇଁ ସ୍ଥାୟୀ ମଞ୍ଚ, ଜୀରା ନଈରେ ଆନିକଟ ନିର୍ମାଣ, ବରଗଡ଼ ସହର ଦେଇ ଯାଇଥିବା କେନାଲର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବରଗଡ଼ ଜିଲ୍ଲାରେ କୃଷି, ଜଳସେଚନ, ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ମୋଟ ୧୩୬୨ କୋଟି ଟଙ୍କାର ୧୨୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରିଛନ୍ତି। ସେହିପରି ଆଗାମୀ ଦିନରେ ଅଟଳ ବସ୍‌ଷ୍ଟାଣ୍ଡ, ଗ୍ରିଣ୍ଡୋଲାରେ ଅନ୍ତଃନଦୀ ଜଳାଶୟ, ଭେଣ୍ଡିଂ ଜୋନ୍‌ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *