ପ୍ରମିଳାଙ୍କ ଘରେ ବିଜେଡି ନେତାଙ୍କ ବଡ ବୈଠକ

ଯାଜପୁର ରାଜ୍ୟ
Spread the love

ଭୁବନେଶ୍ୱର, ୫/୧: ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁରର ତୁଙ୍ଗ ନେତା ଓ ନେତ୍ରୀଙ୍କକୁ ନେଇ ଏକ ବଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାକୁ ନେଇ ପ୍ରମିଳା କହିଛନ୍ତି କୌଣସି ମେଳି ନୁହେଁ ଜିଲ୍ଲା ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ହୋଇଛି । ଜିଲାରେ କିଭଳି ସଂଗଠନ ଆଗକୁ ବଢିବ, ଜିଲା ସଭାପତି କିଏ ହେବ, ଯୁବ ସଭାପତି କିଏ ହେବ, ଛାତ୍ର ସଭାପତି କିଏ ହେବ ଏବଂ ଜିଲା କମିଟିରେ କିଏ କିଏ ରହିବେ ତାହା ଉପରେ ଆଲୋଚନା ହୋଇଛି । ମେଳିକୁ ସିଧାସଳଖ ଖଣ୍ଡନ କରିଛନ୍ତି ପ୍ରମିଳା ମଲ୍ଲିକ । ଗତକାଲି କୋରେଇରେ ବବି ଦାସ କହିଥିଲେ ଯେ ଆମ ଭିତରେ କିଛି ମନ ମାଳିନ୍ୟ ରହୁଛି । ଏହା ପରେ ପ୍ରମିଳାଙ୍କ ଘରେ ବୈଠକକୁ ନେଇ ଆଲୋଚନା ଜୋର ଧରିଥିଲା ଯେ ଯାଜପୁର ବିଜେଡି ରାଜନୀତି କିଛି ଠିକ୍‌ ନାହିଁ ।ସେହିପରି ବୈଠକ ପରେ ଡାନି କହିଛନ୍ତି ନୂଆବର୍ଷର ସମୟ, ସମସ୍ତେ ଏକାଠି ହୋଇ ଜିଲାରେ ସଂଗଠନ କିଭଳି ମଜବୁତ ହେବ, କିପରି ଦଳ ଆଗକୁ ବଢିବ, ନବୀନଙ୍କ ହାତକୁ ଆହୁରି ମଜବୁତ କରିବାକୁ ଆଲୋଚନା କରିଛୁ ।

Leave a Reply

Your email address will not be published. Required fields are marked *