ଦୁଇ ଲାଞ୍ଚୁଆ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୫/୧: ମୟୂରଭଞ୍ଜ ଜିଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌ । ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍‌ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି ।ସହକାରୀ ନିର୍ବାହ ଯନ୍ତ୍ରୀ ହରେକୃଷ୍ଣ ସିଂହ ୩୨ହଜାର ଲାଞ୍ଚ ଏବଂ ଜୁନିଅର ଇଞ୍ଜିନିୟର ସୁବ୍ରତ ମହାନ୍ତି ୨୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖବର ପାଇ ଆଜି ମାଡି ବସିଥିଲା ଭିଜିଲାନ୍ସ । ସଂପୃକ୍ତ ଠିକାଦାର ୨୫ଲକ୍ଷ ଟଙ୍କା ପ୍ରକଳ୍ପ ସମାପ୍ତ କରିଥିଲେ, କିନ୍ତୁ ସହକାରୀ ନିର୍ବାହ ଯନ୍ତ୍ରୀ ଓ ଜୁନିଅର ଇଞ୍ଜିନିୟର ପ୍ରାୟ ୫ଲକ୍ଷ ଟଙ୍କା ବିଲ୍‌ ଅଟକାଇଥିଲେ । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଠିକାଦାର ଜଣଙ୍କ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲେ । ଯାହା ଫଳରେ ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ଦୁଇ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ହରେକୃଷ୍ଣ ସିଂହଙ୍କ ଦୁଇଟି ଠିକଣା ଏବଂ ସୁବ୍ରତ ମହାନ୍ତିଙ୍କ ୩ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *