ଟି୨୦ ବିଶ୍ବକପ୍‌ ପାଇଁ ଭାରତ ଆସିବାକୁ ମନାକଲା ବାଂଲାଦେଶ

ଖେଳ ଦେଶବିଦେଶ
Spread the love

ନୂଆଦିଲ୍ଲୀ ୫/୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ ବିଦା ପରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଫଳରେ ବାଂଲାଦେଶ ଟି୨୦ ବିଶ୍ବକପ-୨୦୨୬ର ଭାରତରେ ମ୍ୟାଚ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛି। ଭାରତକୁ ଦଳ ନପଠାଇବାକୁ ବିସିବି ନିଷ୍ପତ୍ତି ନେଇଛି। ମୁସ୍ତାଫିଜୁରଙ୍କୁ ଆଇପିଏଲରୁ ବିଦା ପରେ ଟି୨୦ ବିଶ୍ୱକପ ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବାଂଲାଦେଶ କ୍ରିକେଟ ବୋର୍ଡର ରବିବାର ଏକ ଜରୁରୀକାଳୀନ ବୈଠକ ବସିଥିଲା। ବୈଠକରେ ବିଶ୍ବକପ ଲାଗି ବାଂଲାଦେଶ ଦଳ ଭାରତ ଆସିବ ନାହିଁ ବୋଲି ବିସିବି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବାଂଲାଦେଶର ଟି୨୦ ବିଶ୍ୱକପ ମ୍ୟାଚ ଭାରତରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯିବାକୁ ଦାବି କରାଯିବ।ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ ଗୋଟିଏ ମାସ ବାକି ଥିବା ବେଳେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଗ୍ରୁପ -ସି ରେ ସ୍ଥାନ ପାଇଛି। ଦଳ ୪ଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚ ମଧ୍ୟରୁ ୩ଟି କଲକାତାର ଇଡେନ ଗାର୍ଡେନସ୍‌ରେ ଏବଂ ଗୋଟିଏ ମୁମ୍ବଇର ୱାଙ୍ଖଡେ ଷ୍ଟାଡ଼ିୟମରେ ରହିଛି। ବିସିବି ଭାରତରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ସହ ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ଆଇସିସିକୁ ଲେଖିବାକୁ ନିଷ୍ପତ୍ତି ନେଇଛି। ବିସିବିରୁ ଉକ୍ତ ଦାବି ଉପରେ ବିସିସିଆଇ ଜବାବ ଦେଇଛି। ବିସିସିଆଇ ସ୍ପଷ୍ଟ କରିଛି ଯେ , ଟି୨୦ ବିଶ୍ୱକପ ୨୦୨୬ର କାର୍ଯ୍ୟସୂଚୀ ପରିବର୍ତ୍ତନ କରିବା ଏବେ ବହୁତ କଷ୍ଟକର। କ୍ରିକ୍‌ ଇନ୍‌ଫୋ ରିପୋର୍ଟ ଅନୁଯାୟୀ, ବିସିସିଆଇ ପକ୍ଷରୁ କୁହାଯାଇଛି ​‌େ​‌ଯ, ଆପଣ କାହାର ଇଚ୍ଛା ଏବଂ ପସନ୍ଦ ଅନୁଯାୟୀ ମ୍ୟାଚ ପରିବର୍ତ୍ତନ କରିପାରିବେ ନାହିଁ।

ଏହା ଲଜିଷ୍ଟିକ ଦୃଷ୍ଟିରୁ ବହୁତ କଷ୍ଟକର। ବିପକ୍ଷ ଦଳଗୁଡ଼ିକ ବିଷୟରେ ଚିନ୍ତା କରନ୍ତୁ। ସେମାନଙ୍କର ବିମାନ ଟିକଟ ଏବଂ ହୋଟେଲଗୁଡ଼ିକ ପୂର୍ବରୁ ବୁକ ହୋଇସାରିଛି। ଏହା ସହିତ ପ୍ରତ୍ୟେକ ଦିନ ୩ଟି ମ୍ୟାଚ ଅଛି। ଯାହାର ଅର୍ଥ ହେଉଛି ଦୁଇଟି ମ୍ୟାଚ ଭାରତରେ ଓ ଗୋଟିଏ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ। ଯାହାର ସିଧା ପ୍ରସାରଣ ବ୍ୟବସ୍ଥା ମଧ୍ୟ ରହିଛି। ବର୍ତ୍ତମାନ ସ୍ଥିତିରେ ମ୍ୟାଚ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଅସମ୍ଭବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, କଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୬ ନିଲାମରେ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ୯.୨୦ କୋଟିରେ କିଣିଥିଲା। ବାଂଲାଦେଶରେ ହିନ୍ଦୁ ଯୁବକଙ୍କ ହତ୍ୟା ପରେ ବିରୋଧ ତୀବ୍ର ହୋଇଥିଲା। ମୁସ୍ତାଫିଜୁରଙ୍କୁ ଆଇପିଏଲରୁ ବିଦା କରିବା ନେଇ ବିସିସିଆଇର ନିର୍ଦେଶ ପରେ କଲକାତା ନାଇଟ୍‌ ରାଇଡର୍ସ ଏହି ପଦକ୍ଷେପ ନେଇଛି।

Leave a Reply

Your email address will not be published. Required fields are marked *