ପରଫ୍ୟୁମ ପକାଇ ୪ ମାସ ଧରି ଝିଅର ମୃତଦେହକୁ ଲୁଚାଇ ରଖିଥିଲେ ବାପା

ରାଜ୍ୟ
Spread the love

ଝିଅର ମୃତ୍ୟୁ ପରେ ବି ଶେଷକୃତ୍ୟ ନ କରି ମୃତଦେହକୁ ଘରେ ଲୁଚାଇ ରଖିଥିଲେ ବାପା। ଦିନେ କି ଦୁଇ ଦିନ ନୁହେଁ, ବରଂ ୪ ମାସ ଧରି ଝିଅର ମୃତଦେହକୁ ଲୁଚାଇ ରଖିଥିଲେ। ଆଉ ଦୁର୍ଗନ୍ଧ ନ ହେବା ପାଇଁ ଘର ଭିତରେ ପରଫ୍ୟୁମ ପକାଇ ରହୁଥିଲେ। ଉତ୍ତର ପ୍ରଦେଶର ମେରଠର ସଦର ବଜାର ଅଞ୍ଚଳର ତେଲି ମୋହଲ୍ଲା ଅଞ୍ଚଳରେ ଘଟିଥିବା ଏଭଳି ଘଟଣା ପୂରା ରାଜ୍ୟକୁ ଦୋହଲାଇ ଦେଇଛି।

୭୨ ବର୍ଷୀୟ ଉଦୟଭାନୁ ବିଶ୍ୱାସଙ୍କ ଝିଅ ପ୍ରିୟଙ୍କା ବିଶ୍ୱାସ (୩୫)ଙ୍କ ମୃତ୍ୟୁ ହେବା ପରେ ସେ ପ୍ରାୟ ଚାରି ମାସ ପର୍ଯ୍ୟନ୍ତ ତାଙ୍କ ଘର ଭିତରେ ମୃତଦେହକୁ ଲୁଚାଇ ରଖିଥିଲେ। ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଅସୁସ୍ଥତା ଯୋଗୁଁ ୨୦୨୫ ଡିସେମ୍ବର ୧ରେ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଝିଅର ମୃତ୍ୟୁ ପରେ ମଧ୍ୟ ବାପା ତାଙ୍କର ଶେଷକୃତ୍ୟ କରିନଥିଲେ। ବରଂ ସେ ମୃତଦେହକୁ ଘରର ଏକ ବନ୍ଦ କୋଠରୀରେ ରଖିଥିଲେ। କିଛି ମାସ ପରେ ପଡ଼ୋଶୀମାନେ ଘରୁ ଏକ ଅତ୍ୟନ୍ତ ଦୁର୍ଗନ୍ଧ ବାହାରୁଥିବା ଜାଣି ପୋଲିସ୍ କୁ ଖବର ଦେଇଥିଲେ।

ପୋଲିସ ପହଞ୍ଚିବା ପରେ ସେମାନେ ଘରର ଏକ କୋଠରୀରେ ଏକ ମୃତଦେହ ପାଇଥିଲେ, ଯାହା ପଚିଯାଇଥିଲା ଏବଂ କଙ୍କାଳ ହୋଇଯାଇଥିଲା। ଏହା ପରେ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ତଦନ୍ତ ବେଳେ ଜଣାପଡିଛି ଯେ, ଅଭିଯୁକ୍ତ ଦୁର୍ଗନ୍ଧକୁ ଲୁଚାଇବା ପାଇଁ ପରଫ୍ୟୁମ୍ ବ୍ୟବହାର କରିଥିଲେ।

ପୋଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତ ଉଦୟଭାନୁ ବିଶ୍ୱାସ ଶିକ୍ଷା ବିଭାଗର ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଏବଂ ପଶ୍ଚିମବଙ୍ଗର ବାସିନ୍ଦା। ସେ ମାନସିକ ଭାବେ ସୁସ୍ଥ ଥିଲେ ନା ନାହିଁ, ତା’ର ଯାଞ୍ଚ କରାଯାଉଛି। ମେରଠ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *