ଝଙ୍କଡ଼, ୫/୧: ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ଉତ୍କଳଭାରତୀ ମା ସାରଳା ଠାକୁରାଣୀ ଙ୍କ ପଦପଙ୍କଜ ରେ ଅଞ୍ଜନା ମହାନ୍ତି ଙ୍କ ଦ୍ୱାରା ଲିଖିତ ” ସୃଜନୀ ର ସ୍ଵାଗତିକା ପୁସ୍ତକର ସମର୍ପଣ ଉତ୍ସବ ଗତ ସୋମବାରଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ପ୍ରକାଶକ ବାସୁଦେବ ପଟ୍ଟନାୟକ, ଝଙ୍କଡ଼ ସାହିତ୍ୟସଂସଦ ର ପ୍ରତିଷ୍ଠାତା ଗୋଲକ ବିହାରୀ ପଲାଇ, ପଣ୍ଡିତ ବାସବ ନନ୍ଦ, ଭାଗିରଥୀ ମହାନ୍ତି, ନିତ୍ୟାନନ୍ଦ ନାୟକ, ଝଙ୍କଡ଼ କନ୍ୟା ସବିତା ନାୟକ, ଆଶିଷ ପରିଜା, ଝୁଲାରାମ ଦାସ, କବି ଦିଗାମ୍ବର ରାଉତ, ପ୍ରଭାତ ପରିଜା ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମ୍ମୁଖ ଯୋଗଦେଇ, ସୃଜନୀ ର ସ୍ଵାଗତିକା ପୁସ୍ତକ କୁ ସକଳ ସୃଜନୀ ର ଆଧାର ମା ସାରଳା ଙ୍କ ନିକଟରେ ସମର୍ପଣ କରାଯାଇଥିବାରୁ ନିଜନିଜର ଖୁସିବ୍ୟକ୍ତ କରିଥିଲେ l
