ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିଭୁବନେଶ୍ବର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର, ୭/୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିବା ସହ ରାଜ୍ୟବ୍ୟାପୀ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଯୋଜନା ଜଣେ ସାଧାରଣ ଆଦିବାସୀ ପରିବାରର ଛାତ୍ର ଭାବେ ମୋର ପିଲାଦିନର ଅନୁଭୂତି ଏବଂ ଆଗାମୀ ପିଢ଼ି ପାଇଁ ଦେଖିଥିବା ଏକ ବଡ଼ ସ୍ୱପ୍ନର ସାକାର ରୂପ। ଆମ ସରକାର ପ୍ରଥମ ପର୍ଯ୍ୟାୟରେ ୨,୨୦୦ ବିଦ୍ୟାଳୟର ବିକାଶ ପାଇଁ ୧୨,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି, ଯାହା ଆମ ପିଲାମାନଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇଦେବ ବୋଲି ସେ କହିଛନ୍ତି।

ଆମର ମୂଳ ଲକ୍ଷ୍ୟ ହେଉଛି ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା। ‘ନିପୁଣ ଓଡ଼ିଶା’ ଏବଂ ଜାତୀୟ ଶିକ୍ଷା ନୀତି-୨୦୨୦ର ସଫଳ ରୂପାୟନ ମାଧ୍ୟମରେ ଆମେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ଦକ୍ଷତାରେ ନିପୁଣ କରିବାକୁ ସଂକଳ୍ପବଦ୍ଧ। ବିଦ୍ୟାଳୟଗୁଡ଼ିକର ଆଧୁନିକୀକରଣ ସହ ଶିକ୍ଷକମାନଙ୍କ ନିଯୁକ୍ତି ଓ ସେମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ। ମୋର ବିଶ୍ୱାସ, ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକ ୨୦୩୬ ସୁଦ୍ଧା ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ କରିବାରେ ମୁଖ୍ୟ ସ୍ତମ୍ଭ ସାଜିବେ। ଆମର କୋମଳମତି ଛାତ୍ରଛାତ୍ରୀମାନେ ପଢ଼ିବେ, ବଢ଼ିବେ ଏବଂ ବିକଶିତ ଓଡ଼ିଶାର ଯଥାର୍ଥ କର୍ଣ୍ଣଧାର ହେବେ।

ସୁଦୃଢ଼ ହେବ ଶିକ୍ଷା ଭିତ୍ତିଭୂମିମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ସମାଜ ସଂସ୍କାରକ ତଥା ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶକୁ ପାଥେୟ କରି ଗ୍ରାମପଞ୍ଚାୟତସ୍ତରରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି। ଜାତୀୟ ଶିକ୍ଷାନୀତି ୨୦୨୦କୁ ଭିତ୍ତିକରି ପରିକଳ୍ପିତ ଏହି ଯୋଜନା ବିକଶିତ ଓଡ଼ିଶାର ଶିକ୍ଷା ସାଧନ ଭାବରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ସହ ପିଲାମାନଙ୍କର ଦକ୍ଷତା ବିକାଶ ସୁନିଶ୍ଚିତ କରିବ।

Leave a Reply

Your email address will not be published. Required fields are marked *