ଏସ୍‌ମାକୁ ମାନିଲେନି ଡାକ୍ତର, ପୂର୍ବବତ୍ ଦୁଇଘଣ୍ଟିିଆ ଓପିଡି ବନ୍ଦ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର: ରାଜ୍ୟ ସରକାର-ଡାକ୍ତର ମୁହାଁମୁହିଁ। ସାରା ରାଜ୍ୟରେ ଏସ୍‌ମାକୁ ମାନିଲେନି ଡାକ୍ତର। ପୂର୍ବବତ୍ ଦୁଇଘଣ୍ଟିିଆ ଓପିଡି ବନ୍ଦ ରହିଛି। ତେବେ ଡାକ୍ତରମାନେ କହିଛନ୍ତି, କୌଣସି ରୋଗୀ ସେବା ବନ୍ଦ ହୋଇନାହିଁ। କଟକ ଓ ଭୁବନେଶ୍ବର ଠାରୁ ଆରମ୍ଭ କରି ସବୁସ୍ଥାନରେ ଏଭଳି ସ୍ଥିତି ପରିଲକ୍ଷିତ ହୋଇଛି।

ସୂଚନାଯୋଗ୍ୟ, ୧୦ ଦଫା ଦାବିରେ ରାଜ୍ୟବ୍ୟାପୀ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲିଠାରୁ ସରକାରୀ ଡାକ୍ତରଖାନାରେ ସକାଳେ ୨ଘଣ୍ଟିଆ ଓପିଡି ବନ୍ଦ ଆରମ୍ଭ ହୋଇଥିଲା। ଯାହାକୁ ନେଇ ରାଜ୍ୟରେ ରୋଗୀ ସେବା ଭୀଷଣ ବାଧାପ୍ରାପ୍ତ ହୋଇଥିଲା। ଡାକ୍ତରଙ୍କ ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତକାଲି କଟକଣା ଲଗାଇଥିଲେ।

Leave a Reply

Your email address will not be published. Required fields are marked *