ଶିକ୍ଷାବିତ ରବି ସାହୁଙ୍କ ୮୧ ତମ ଜନ୍ମ ଜୟନ୍ତୀ

କଟକ ରାଜ୍ୟ
Spread the love

ମାହାଙ୍ଗା, ୮ /୧: ବିଶିଷ୍ଟ ଶିକ୍ଷାବିତ୍,ସମାଜସେବୀ ଓ ପ୍ରାକ୍ତନ ମାହାଙ୍ଗା ବ୍ଲକ କଂଗ୍ରେସ କମିଟିର ସଭାପତି ରବୀନ୍ଦ୍ର କୁମାର ସାହୁଙ୍କ ୮୧ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ ମାହାଙ୍ଗାର ଗୌରବମୟ ପୀଠ ସହିଦଭବନ, ମଣିଯୋରି ଠାରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଯୁବନେତା ସେକ ମସୁଦ ଅଲି ଅଧ୍ୟକ୍ଷତା କରିଥିଲେ l ଉତ୍ସବରେ ମୁଖ୍ୟଅତିଥି ଭାବେ କଟକ କଳା ବିକାଶ କେନ୍ଦ୍ର ସଭାପତି ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ ଯୋଗଦେଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ପ୍ରଭାତ କୁମାର କର,ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ମୃତି ରଞ୍ଜନ ପଟ୍ଟନାୟକ,ସାମ୍ବାଦିକ ଭକ୍ତ ଚରଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ସାହୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଉତ୍ସବରେ ବାଗ୍ମୀ ବିଶ୍ଵନାଥ ବିଦ୍ୟାନିକେତନ ମୂଳବସନ୍ତର ପ୍ରଧାନଶିକ୍ଷକ ବିଶ୍ୱଜିତ୍ ସେଠୀଙ୍କୁ “ଶିକ୍ଷାଶ୍ରୀ ସମ୍ମାନ” ଓ ଜାନକୀ ବଲ୍ଲଭ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଣବ କିଶୋର ନାୟକଙ୍କୁ “ଶିକ୍ଷାସେବା ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ଶେଷରେ କ୍ଷୀରୋଦ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ lଆଡଭୋକେଟ ଦୀପକ କୁମାର ମହାନ୍ତି,ସେକ ସୌକକ ଅଲି,ସଂଗ୍ରାମ କେଶରୀ ସାମଲ, ନଳିନୀକାନ୍ତ ନାୟକ, କୁଶାସନ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *