ଗୋବିନ୍ଦପୁରରେ ନୂତନ ଧାନମଣ୍ଡି ଉଦଘାଟନ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ, ଗୋବିନ୍ଦପୁର ପଞ୍ଚାୟତ ରେ ଚଳିତବର୍ଷ, ଏକ ନୂତନ ଧାନମଣ୍ଡି ଉଦଘାଟନ ହୋଇଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପିଣ୍ଡି ଉପରେ ଗତ ବୁଧବାର ପୂର୍ବାହ୍ନ ରେ ବିଶିଷ୍ଟ ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଓଜନ କଣ୍ଟା ରେ ପୁଷ୍ପାଞ୍ଜଳି ପ୍ରଦାନ ଓ ନଡ଼ିଆ ବାଡେଇ ଏହି ଧାନମଣ୍ଡି କୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ସୋସାଇଟିର ସଭାପତି ରମେଶ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ସୂର୍ଯ୍ୟକାନ୍ତ ବେହେରା, ଦେବବ୍ରତ ମହାନ୍ତି, ନିରଞ୍ଜନ ଦାସ, ବିମଳେନ୍ଦୁ ନନ୍ଦ, ଅଶୋକ କୁମାର ଜେନା, ସମରେନ୍ଦ୍ର ଭୋଳ, ଜ୍ୟୋତିରଞ୍ଜନ ବର୍ଦ୍ଧନ, ଅକ୍ଷୟ କୁମାର ମହାନ୍ତି, ରବୀନ୍ଦ୍ର ବର୍ଦ୍ଧନ, ଦେବନାରାୟଣ ମୁଦୁଲି, ମନୋରଞ୍ଜନ ସ୍ୱାଇଁ ଓ ଲଚ୍ଛମନ ଭୋଇ ପ୍ରମ୍ମୁଖ ଯୋଗଦେଇ, ନୂତନ ଧାନମଣ୍ଡି ଖୋଲାଯାଇ ଥିବାରୁ, ବିଭାଗୀୟ ଉଚ୍ଚ ପଦାଧିକାରୀ ମାନଙ୍କୁ କୃତଜ୍ଞତା ଜ୍ଞ୍ୟାପନ କରିଥିଲେ । ବହୁସଂଖ୍ୟକ ଚାଷୀମାନେ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ, ଶେଷରେ ସମିତି ର ସମ୍ପାଦକ ବିଜୟ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *