Naveen

ଅରବିନ୍ଦଙ୍କୁ ନିଲମ୍ବନ ପ୍ରସଙ୍ଗରେ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ନବୀନ

ରାଜ୍ୟ
Spread the love

ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିବା ଘଟଣାରେ ବୁଧବାର ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡିର ପାଟକୁରାବାସୀ। ଆଜି ନବୀନ ନିବାସରେ ନବୀନଙ୍କୁ ଭେଟିଥିଲେ ବିଜେଡିରପାଟକୁରାବାସୀ। କିଛି ଦିନ ପୂର୍ବେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଘଟଣାରେ  ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ ପ୍ରଥମ କରି ଚଳିତ ନିର୍ବାଚନରେ ପାଟକୁରାରୁ ବିଜେଡି ଦଳରୁ ପ୍ରାର୍ଥ ହୋଇ ନିର୍ବାଚିତ ହୋଇଥିଲେ।  ଅରବିନ୍ଦଙ୍କୁ ନିଲମ୍ବନ କରିବା ପରେ ବିଜେଡିଦଳ ଭିତରେ ଛକାପଞ୍ଝା ସୃଷ୍ଟି ହୋଇଥିଲା । ଏନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା। ନିଲମ୍ବନ କରିବା ଘଟଣାରେ ବିଜେଡି ପକ୍ଷରୁ କୁହାଯାଇଥିଲା ଯେ ଟିକେଟ୍ ନେବା ପରଠାରୁ ବିଶ୍ଵାସଘାତକତା କରିଥିଲେ ଅରବିନ୍ଦ । ବାପା ପୁଅ ଦଳ ଭାବେ ପାଟକୁରାରେ ଶାସନ କରୁଥିଲେ ।   ସାଂସଦ ପ୍ରାର୍ଥଙ୍କୁ ହରାଇବା ମଙ୍ଗ ଅରବିନ୍ଦ ଧରିଥିଲେ ବୋଲି ଅଭିଯୋଗ କରିଥିଲା ବିଜେଡି।

ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପ୍ରସଙ୍ଗରେ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଅରବିନ୍ଦଙ୍କୁ ବିଶ୍ଵାସ କରି ପାଟକୁରାରୁ ଟିକେଟ ଦେଇଥିଲି। ସେ ଆପଣଙ୍କ ନିର୍ବାଚନମଣ୍ତଳୀର ପାଇଁ ଭଲ କାମ କରିବାକୁ ତାଙ୍କୁ ମୁଁ ସୁଯୋଗ ଦେଇଥିଲି।କିନ୍ତୁ ପାଟକୁରାବାସୀଙ୍କୁ ହଇରାଣ କରୁଥିବା ନେଇ ମୁଁ ଜାଣିବାକୁ ପାଇଲି। ଯିଏ ଦଳରେ ରହି ଲୋକଙ୍କୁ ହଇରାଣ କରେ ମୁଁ ସେହି ବ୍ୟକ୍ତିଙ୍କୁ ଦଳରୁ କାଢ଼ିଦିଏ। ଆପଣମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ ବୋଲି ନବୀନ କହିଛନ୍ତି। କିଛିଦିନ ପୂର୍ବେ ଦଳ ବିରୋଧୀ କାର୍ଯ୍ୟ କରିବା ଘଟଣାରେ ଅରବିନ୍ଦଙ୍କୁ ନିଲମ୍ବନ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *