କରଞ୍ଜିଆ ଅବକାରୀ ବିଭାଗର ଚଢ଼ାଉ, ୩ ମଦ ମାଫିଆ ଗିରଫ, ବାଇକ ସହିତ ୫୬ ଲିଟର ମଦ ଜବତ 

ରାଜ୍ୟ
Spread the love

କରଞ୍ଜିଆ  : କରଞ୍ଜିଆ ଅବକାରୀ ବିଭାଗ ତରଫରୁ ବିଭିନ୍ନ ଅଂଚଳରେ ଅତର୍କିତ ଚଡାଉ କରାଯାଇ ମଦ ସହିତ ୫୬ଲିଟର ମଦ ଜବତ କରାଯାଇଛି | ଏଥି ସହିତ ତିନିଜଣକୁ ଗିରଫ କରାଯାଇଛି | କରଞ୍ଜିଆ ର ଅବକାରୀ ନିରୀକ୍ଷକ ଜୟନ୍ତୀ ଆଚାର୍ଯ୍ୟାଙ୍କ ନେତୃତ୍ୱରେ ଅବକାରୀ ଏସ. ଆଇ. ରଶ୍ମିରଂଜନ ନାୟକ, ଏ. ଏସ. ଆଇ ଫୁଲମଣୀ ନାୟକ  ଙ୍କ ସହିତ କର୍ମଚାରୀ ଆଜି ବିଭିନ୍ନ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମଦ କାରବାର କରୁଥିବା ମାଲଦେ ସୋରେନ (୪୩),ସାଲଗେ ସୋରେନ (୩୬), ସମାୟା ମୁର୍ମୁ (୩୦)ଙ୍କୁ ଗିରଫ କରିଥିଲେ ସେମାନଙ୍କ ପାଖରୁ ମୋଟ ୫୬ଲିଟର ମଦ ଜବତ କରିବା ସହିତ ଏକ ମଟର ସାଇକେଲ ଏଥିରେ ବ୍ୟବହୃତ ହୋଇଥିବାରୁ ତାହାକୁ ଜବତ କରାଯାଇଛି | ସେମାନଙ୍କ ବିରୋଧରେ  କେସ ନୋ 190,191,192/2025-26ଅନୁସାରେ ମୋକଦ୍ଦମା କରାଯାଇଛି |

Leave a Reply

Your email address will not be published. Required fields are marked *