ନିଶାମୁକ୍ତ ଭାରତ ଅଭିଯାନ; କରଞ୍ଜିଆରୁ ଶୁଭାରମ୍ଭ 

ରାଜ୍ୟ
Spread the love

କରଞ୍ଜିଆ : କରଞ୍ଜିଆର ଆଧ୍ୟାତ୍ମିକ, ସାମାଜିକ ସଂସ୍କାର ଅନୁଷ୍ଠାନ ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ କରଞ୍ଜିଆ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାଯ୍ୟକ୍ରମ ର  ଶୁଭାରମ୍ଭ ହୋଇଛି |ଲୋକଙ୍କୁ ସଚେତନ କରିବା ଉଦ୍ୟସରେ ଏକ ଭ୍ରାମ୍ୟମାନ ରଥ ର ମଧ୍ୟ ଉଦଘାଟନ କରାଯାଇଛି |

ବ୍ରହ୍ମ କୁମାରୀ ଦମୟନ୍ତୀ, ମୁଖ୍ୟ ସଂଚାଳିକା ଙ୍କ ସଭାପତିତ୍ୱରେ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷ ମନୋଜ କୁମାର ସାହୁ, ଏ. ବି. ଇ. ଓ. ସନ୍ତୋଷ କୁମାର ମିଶ୍ର, ବ୍ରହ୍ମ କୁମାର ବିକାଶ ଓ ବ୍ରହ୍ମ କୁମାର ଡା. ଧୀରେନ୍ଦ୍ର ନାଥ ଙ୍କ ଉପସ୍ଥିତିରେ ଏହି କାଯ୍ୟକ୍ରମ ର ଉଦଘାଟନ ହୋଇଥିଲା|ପାରମ୍ଭରେ ଅନୁଷ୍ଠାନ ର ସମସ୍ତ ବ୍ରହ୍ମ କୁମାରୀ ଗଣ ଅତିଥି ମାନଂକୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ |

ଡା. ବ୍ରହ୍ମ କୁମାର ଧୀରେନ୍ଦ୍ର ନାଥ ନିଶା ସେବନ ର କୁପରିମାଣ, ଏହା ସମାଜ, ପରିବାର ର କିପରି କ୍ଷତି କରୁଛି, ନିଶା ସେବନରୁ କିପରି ବ୍ୟକ୍ତି ମାନଙ୍କୁ ଦୁରେଇ ରଖିହେବ, ଯୋଗ, ଧ୍ୟାନ ଦ୍ୱାରା କିପରି ନିଶା ସେବନ କୁ ନିୟନ୍ତ୍ରଣ କରି ହେବ ତାରି ଉପରେ ସେ ଆଲୋଚନା କରିଥିଲେ |

ଅନୁଷ୍ଠାନ ପକ୍ଷରୁ ଏକ ଭ୍ରମ୍ୟମାନ ରଥ କୁ ଉଦଘାଟନ କରାଯାଇଥିଲା |ନିଶା ସେବନ ର ଭୟଙ୍କର ପରିସ୍ଥିତି ଉପରେ ଡା. ଜ୍ୟୋତିମୟୀ ତ୍ରିପତି, ଡା. ଭାଗବତ ଲେଙ୍କା, ବରିଷ୍ଟ ସାମ୍ବାଦିକ ଉମାଶଙ୍କର ଦାସ  ବକ୍ତବ୍ୟ ରଖିଥିଲେ |ବ୍ରହ୍ମକୁମାରୀ  ମଞ୍ଜୁ ସମସଦତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

କାର୍ଯ୍ୟକ୍ରମକୁ ସମସ୍ତ  ବ୍ରହ୍ମ କୁମାରୀ ଭାଇ ଓ ଭଉଣୀ ପରିଚାଳନାରେ ସହଯୋଗ କରିଥିଲେ | ନିଶାମୁକ୍ତି ଅଭିଯାନ ଜିଲ୍ଲାର କରଞ୍ଜିଆ ଠାରୁ ଆରମ୍ଭ ହୋଇଥିବାରୁ ଉପସ୍ଥିତ ଭଦ୍ରବ୍ୟକ୍ତି ଓ ମହିଳା  କାଯ୍ୟକର୍ତ୍ତାମାନଙ୍କୁ ସାଧୁବାଦ ଦେଇଥିଲେ |

Leave a Reply

Your email address will not be published. Required fields are marked *