ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୭୮ତମ ଶ୍ରାଦ୍ଧଉତ୍ସବ ପାଳିତ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼ : ଗାନ୍ଧୀ ଏକ ନାମ ନୁହେଁ ଏକ ବିଚାର l ସତ୍ୟ ଓ ଅହିଂସା ଗାନ୍ଧୀଦର୍ଶନ ର ମୂଳମନ୍ତ୍ର l ଏହାକୁ ପାଥେୟ କରି ସବୁସମସ୍ୟାର ସମାଧାନ କରାଯାଇ ପାରେ ବୋଲି, ଗତ ଶୁକ୍ରବାରଦିନ, ତିର୍ତ୍ତୋଲବ୍ଲକ, ମୂଳିସିଂହ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଗାନ୍ଧୀଜୀଙ୍କ 78 ତମ ତିରୋଧାନ ଦିବସ ପାଳନ ଅବସରରେ ବହୁବିଶିଷ୍ଟବ୍ୟକ୍ତି ମତବ୍ୟକ୍ତ କରିଅଛନ୍ତି l

ଅଧ୍ୟାପକ ତଥା ବାଗ୍ମୀ ହିମାଂଶୁ ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଆଲୋଚକ ଭାବେ ଅନୁଷ୍ଠାନ ର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ଙ୍କ ସମେତ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ଶିକ୍ଷୟିତ୍ରୀ ମୋନାଲିସା ଭଟ୍ଟ, ସୁଦେଷ୍ଣା ଦାସ, ପ୍ରିୟଙ୍କା ମଣ୍ଡଳ ଓ ଶିକ୍ଷକ ଅଶୋକ କୁମାର ବେହେରା ପ୍ରମୁଖ ଗାନ୍ଧୀ ଦର୍ଶନ ଓ ବିଚାର ଉପରେ ଆଲୋକପାତ କରିଥିଲେ l ଶେଷରେ ଶିକ୍ଷୟିତ୍ରୀ ମିନତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *