ପାରାଦ୍ୱୀପ ତୈଳ ବିଶୋଧନାଗାର, ସିଏସଆର ର ବହୁମୁଖୀ ଗୋଷ୍ଠୀକେନ୍ଦ୍ରର ଉଦ୍‌ଘାଟନ

ରାଜ୍ୟ
Spread the love

ତିର୍ତ୍ତୋଲ :  ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ର ବିରିତୋଳ ଠାରେ, ପାରାଦ୍ୱୀପ ତୈଳବିଶୋଧନାଗାର, ସି, ଏସ ଆର ପାଣ୍ଠିରୁ ତିରିଶଲକ୍ଷଟଙ୍କା ଆର୍ଥିକ ଅନୁଦାନ ରେ ନବନିର୍ମିତ ବହୁମୁଖୀ ଗୋଷ୍ଠୀକେନ୍ଦ୍ର ର ଶୁଭ ଉଦଘାଟନ ଉତ୍ସବ ଗତ 19 ତାରିଖ ଶୁକ୍ରବାର ସନ୍ଧ୍ୟା ରେ ବିପୁଳଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ର ମାନ୍ୟବର ସାଂସଦ ବିଭୁପ୍ରସାଦ ତରାଇ ମୁଖ୍ୟଅତିଥି ଭାବରେ ଯୋଗଦେଇ, ଅନୁଷ୍ଠାନିକ ଭାବେ ଏହି ପ୍ରକଳ୍ପ କୁ ଉଦଘାଟନ କରି, ପାରାଦ୍ୱୀପ ତୈଳବିଶୋଧନାଗାର ର ଇତିବୃତ୍ତି ବିଷୟରେ ସୂଚନା ଦେବା ସହିତ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଗ୍ରହଣ କରୁଥିବାରୁ ଏହାର ଉଚ୍ଚପ୍ରଶଂସା କରିଥିଲେ | ଜିଲ୍ଲା ଭିଜିଲାନ୍ସ ମନିଟରିଙ୍ଗ କମିଟି ର ସଦସ୍ୟ ଦେବେନ୍ଦ୍ର କୁମାର ମଲ୍ଲିକ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ସମ୍ମାନିତ ଅତିଥିଭାବେ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ସ୍ଥାନୀୟ ସରପଞ୍ଚ ରମାମଣୀ ଦାସ, ଗୋପାଳପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଅତିରିକ୍ତ ତହସିଲଦାର କଳ୍ପନା ତପସ୍ୱିନୀ ନାୟକ ପ୍ରମୁଖ ଯୋଗଦେଇ, ସ୍ଥାନୀୟ ଅଞ୍ଚଳର ବିବାହ ବ୍ରତ, ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଏହି ବହୁମୁଖୀ ଗୋଷ୍ଠୀକେନ୍ଦ୍ର କ୍ଷେତ୍ରରେ ଯଥେଷ୍ଟ ସହାୟତା ପ୍ରଦାନ କରିବ ବୋଲି ନିଜନିଜର ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟଅଞ୍ଚଳର ବହୁ ବୁଦ୍ଧିଜୀବୀ, ଚିନ୍ତାଶୀଳ, ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସାଧାରଣବର୍ଗର ଲୋକମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *