କଟକ : ଓଡିଶା ରାଜ୍ୟ କଳା ଓ ସଂସ୍କୃତି ସମ୍ପୂର୍ଣ ରାଜ୍ୟ ଅଟେ । ଏଥିପାଇଁ ଏହାର ସାରା ଭାରତ ବିଶ୍ୱ ରେ ମନ ମର୍ଯ୍ୟାଦା ରହିଛି । ଆମ ଓଡିଶାରେ ଏବେ ବହୁତ ପାଶ୍ଚାତ୍ୟ ନୃତ୍ୟ ଓ ହୀନମାନସିକତା ର ସଂଗୀତ କାର୍ଯ୍ୟକ୍ରମ କୁ ଆପଣାଇ ଯୁବଗୋଷ୍ଠୀ ଏବେ ପଥଭଷ୍ଟ । ଓଡିଶାର ଲୋକକଳା “ପାଲା” ମାଧ୍ୟମରେ ଶିକ୍ଷା,ସଂସ୍କୃତି,ଶାଳୀନତା,ବିଚାର ଓ ଆଧ୍ୟାତ୍ମିକତା ଭରପୁର ରହିଥିଲା ଯାହା ସମାଜ ଗଠନ ଓ ସଂସ୍କୃତି ସମ୍ପନ୍ନ ହେବା ପାଇଁ ସହାୟକ ହେଉଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ପୌରପାଳିକା ମଧ୍ୟ୍ୟରେ ମାଧପୁର ସହରର ଅନନ୍ୟ ଅଞ୍ଚଳ ଅଟେ । ଏହି ଗ୍ରାମର ପୁରାତନ ଶିକ୍ଷୟତ୍ରୀ ଶାନ୍ତିଲତା ବାରିକ ମାଧପୁରରେ ବସବାସ କରନ୍ତି । ତାଙ୍କର ନାତୁଣୀ ର ଏକ ସଂସ୍କୃତିକ କାର୍ଯ୍ୟକ୍ରମରେ ସେ ପଟାମୁଣ୍ଡାଇ ଅଞ୍ଚଳର ମା ଭଗବତୀ ପାଲା ପରିଷଦକୁ ନିମନ୍ତ୍ରଣ କରିଥିଲେ । ସହରରେ ଏହା ଦେଖି ଅଂଚଳବାସୀ ଆଶ୍ଚର୍ଯ୍ୟ ହୋଇଥିଲେ । ପାଲା ମାଧ୍ୟମରେ ଯାହା ପରିବେଷଣ କରିଥିଲେ ତାହା ଶିକ୍ଷଣୀୟ ଓ ସାମାଜିକ ଚଳଣି ସହ ସଂସ୍କୃତି ସହ ଜଡିତ ଥିଲା ।
ସହରରେ ଏହିପରି କାଯ୍ୟକ୍ରମ ଜାଣି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ମାନେ ସେଠାରେ ଉପସ୍ଥିତ ହୋଇ ଏହି ଲୋକକଳାକୁ ପ୍ରୋତ୍ସାହନ ଦେବା ସହ ତାଙ୍କ ମନୋବଳ ବଢାଇବା ପାଇଁ ତାଙ୍କର ମୁଖିଆଙ୍କୁ ସମ୍ମାନିତ କରିଥିଲେ । ଜୀବନ୍ତ ଉପହାର ରେ ଏକ କଲମୀ ଆମ୍ବ ଗଛ ଓ ଉତ୍ତରୀୟ ପ୍ରଦାନ କରାଯଇଥିଲା । ମା ଭଗବତୀ ପାଲା ପରିଷଦର ଗାୟିକା ସୁର ଭାରତୀ ସସ୍ମିତା ପ୍ରଧାନ,ବାୟକ କଲ୍ୟାଣ ବେହେରା,ହାସ୍ୟ ଅଭିନେତା ସୁଧାକର ତରାଇ,ଭଜନ ସଂଗୀତ ମୁନା ନାୟକ, ସହଯୋଗୀ ସସ୍ମିତା ସାହୁ ଓ କୈଳାସ ବଳ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖି ସହରବାସୀ ବୁଦ୍ଧିଜୀବୀ ଓ ଗୁରୁଜନ ଲୋକେ ଶ୍ରୀ ଜଗନ୍ନାଥ ଚାରିଟେନୁଲ ଟ୍ରଷ୍ଟ ର କର୍ମକର୍ତା ଙ୍କୁ ସାଧୁବାଦ ଦେଇଥିଲେ । କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଉପସଭାପତି ରଶ୍ମି ରଞ୍ଜନ ବାରିକ,ଟ୍ରଷ୍ଟର ମୁଖପାତ୍ର ପ୍ରମୋଦ ନାୟକ,ଗୌତମ ସାହୁ, କାଳନ୍ଦୀ ମଲ୍ଲିକ,ମନୋଜ ରାଉତ ଓ ଧୃତିରଞ୍ଜନ ବାରିକ ଉପସ୍ଥିତ ଥିଲେ ।
